କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କେସିଙ୍ଗା ମେଡିକାଲର ବହୀର୍ବିଭାଗ ସମ୍ମୁଖରେ ଥିବା ବହୁ ପୁରୁଣା ବିରାଟକାୟ ପିପଲ୍ ଗଛର ଅଧାଭାଗ ଆଜି ଅପରାହ୍ନରେ ଅଚାନକ ଭାଙ୍ଗି ବହୀର୍ବିଭାଗ ସମ୍ମୁଖରେ ପଡ଼ି ଯାଇଥିଲା। ମୋ ଭାଗ୍ୟକୁ ଗଛଭାଙ୍ଗିବା ସମୟରେ ବାହାରେ କୌଣସି ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟ କେହି ନ ଥିଲେ, ଯାହା ଫଳରେ ରକ୍ଷା ପାଇଛନ୍ତି ଲୋକେ। କାହାକୁ କିଛି ହୋଇନ ଥିଲେ ମଧ୍ୟ ବାହିର୍ବିଭାଗ କୋଠା ଉପରେ ପଡ଼ିବାରୁ କୋଠାର ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ସଙ୍ଗେ ସଙ୍ଗେ କେସିଙ୍ଗା ଦମକଳ ବାହିନୀ କୁ ଖବର ଦେବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପୋଲିସ ଗଛ କାଟି ବାହୀର୍ବିଭାଗ କୁ ଯିବା ପାଇଁ ରାସ୍ତା ଅବରୋଧ ହଟାଇ ଥିଲେ।

