ଫାର୍ମାସୀ ଅଧିକାରୀ ସେବା ସଂଘର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ବାଲିଗୁଡା/କ୍ରାନ୍ତିକ୍ଷତ୍ର (ସାମୁଏଲ ପ୍ରଧାନ) : ଦୀର୍ଘ ବର୍ଷର ନାଯ୍ୟଦାବୀ ମୁଳ ଦରମା ବୃଦ୍ଧି(ପିବି-୨)ପାଇଁ ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଫାର୍ମାସୀ ଅଧିକାରୀସେବା ସଂଘ, କନ୍ଧମାଳ ଶାଖା ତରଫରୁ ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିଶେଷ କରି  କନ୍ଧମାଳ ଭଳି ଆଦିବାସୀ ବହୁଳ ସ୍ବାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ଡା଼କ୍ତର ମାନଙ୍କ ଅନୁପସ୍ଥିତ ରେ ମୁଖ୍ଯତଃ ଫାର୍ମାସୀ ଅଧିକାରୀ ରୋଗୀ ଚିକିତ୍ସା କରିବା ସହିତ ଚିକିତ୍ସାଳୟରେ ସମସ୍ତ କାର୍ଯ୍ୟକୁ ପରିଚାଳନା ମଧ୍ୟ କରିଥାନ୍ତି। ଏପରିପେକ୍ଷୀରେ ସେମାନେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମେରୁଦଣ୍ଡ ସଦୃଷ୍ୟ ଅଟନ୍ତି ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଫାର୍ମାସୀ ଅଧିକାରୀଙ୍କ ଭୁମିକା ତଥା ସମାଜ ଓ ରୋଗୀସେବା ପ୍ରତିଥିବାଅବଦାନକୁ ପାଥେୟକରି ଏମାନଙ୍କର ଦୀର୍ଘବର୍ଷରୁ ରହିଆସିଥିବା ଦରମା ଅସଙ୍ଗତକୁ ଦୁରକରିବା ସହ ମୁଳଦରମା (ପିବି-୨)କୁ ବୁଦ୍ଦୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି। ବିଧାୟକଙ୍କୁ ଦାବୀପତ୍ର ପ୍ରଦାନ ସମୟରେ ଜିଲ୍ଲା ଶାଖାର ସାଂଗଠନିକ ସମ୍ପାଦକ ଦେବିଲାଲ ମୁଠାମାଝୀ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *