ଲାଞ୍ଜିଗଡ଼ ବ୍ଲକ ଗ୍ରସ୍ତରେ ଜିଲ୍ଲା ମୁଖ୍ୟ ନିର୍ବାହୀ ଅଧିକାରୀ

ଲାଞ୍ଜିଗଡ଼/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : ଲାଞ୍ଜିଗଡ଼ ବ୍ଲକ ଗ୍ରସ୍ତରେ ଜିଲ୍ଲା ମୁଖ୍ୟ ନିର୍ବାହୀ ଅଧିକାରୀ ସମୀୟ ରଞ୍ଜନ ପ୍ରଧାନ। ଶ୍ରୀପ୍ରଧାନ ଆଜି ଲାଞ୍ଜିଗଡ଼ ବ୍ଲକ ଗସ୍ତ କରି ପ୍ରଧାନମନ୍ତ୍ରୀ  ଆବାସ ଯୋଜନା ଏବଂ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଟୁଟୁଗୁମା, ତୁର୍କା ଏବଂ ପିଡ଼ିଶାଲ ଗାଁକୁ ଯାଇ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ନିର୍ମିତ ହେଉଥିବା ଘରଗୁଡ଼ିକର ନିରୀକ୍ଷଣ କରିଥିଲେ। ଏହାପରେ ବିକାଶ ନଗରରେ ଚାଲୁଥିବା ବିଭିନ୍ନ ଉନ୍ନୟନ କାମର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀପ୍ରଧାନ ସମ୍ପୃକ୍ତ ଅଧିକାରୀମାନଙ୍କୁ ବାକି ଥିବା ଘର କାମ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟୁଟୁଗୁମା ଗାଁକୁ ସଂଯୋଗ ପାଇଁ ଭଟାଙ୍ଗପଦର ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ତୁରନ୍ତ ରାସ୍ତା ନିର୍ମାଣ କାମ ଆରମ୍ଭ କରିବାକୁ କହିଛନ୍ତି। ପିଡ଼ିଶାଲ ଗାଁର ଗ୍ରାମବାସୀଙ୍କ ସହ ଆଲୋଚନା କରି ପାଇପ ଲାଇନ୍ ଯୋଗେ ପିଇବା ପାଣି ଯୋଗାଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଫିଲ୍ଡ ପରିଦର୍ଶନ ପରେ ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସିଡିଓ ପ୍ରଧାନ ଗ୍ରାମୀଣ ଆବାସ ଯୋଜନା ଏବଂ ଅନ୍ୟ ଉନ୍ନୟନ କାର୍ଯ୍ୟକ୍ରମକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ଗ୍ରସ୍ତ ସମୟରେ ଜିଲ୍ଲା ଗ୍ରାମୀଣ ଗୃହ ପ୍ରକଳ୍ପ ପରିଚାଳକ ଅମୂଲ୍ୟ ବାହୁଲ, ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *