ବିନ୍ଦୁ ମିନା ସେବା ଫାଉଣ୍ଡେସନ ତରଫରୁ ଛତା ଓ ଚପଲ ବଣ୍ଟନ

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : ଖଲିଆକାନି ଗ୍ରାମ ପଞ୍ଚାୟତରେ ଆଜି “ବିନ୍ଦୁ ମିନା ସେବା ଫାଉଣ୍ଡେସନ” ପକ୍ଷରୁ ଏକ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରାୟ ୪୫୧ ଜଣ ହିତାଧିକାରୀଙ୍କୁ ଛତା ଓ ଚପଲ ବଣ୍ଟନ କରାଯାଇଥିଲା। ଗ୍ରୀଷ୍ମ ଋତୁର ତୀବ୍ର ଖରା ଓ ବର୍ଷା ଋତୁକୁ ଦୃଷ୍ଟିରେ ରଖି ଗରିବ ଓ ଅସହାୟ ଲୋକଙ୍କ ସହାୟତା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଫାଉଣ୍ଡେସନର ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାଖୁ କେତକୀ, ସାଧାରଣ ସମ୍ପାଦକ ହେମନ୍ତ ବାଗ, ସମାଜସେବୀ ଗଙ୍ଗାଧର ରାଉତ, ଭାଗ୍ୟବାନ ବାଗ, ତେଜରାଜ ମେହେର, ସାଲେବନ ମଙ୍ଗରାଜ, ମହେନ୍ଦ୍ର ମଙ୍ଗରାଜ, ପିଣ୍ଟୁ ମେହେର ଓ ଗ୍ରାମବାସୀମାନେ ଉପସ୍ଥିତ ରହି ସେବା କାର୍ଯ୍ୟରେ ସହଯୋଗ କରିଥିଲେ। ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଖରେ ପହଞ୍ଚି ସହାୟତା ଯୋଗାଇବା ଫାଉଣ୍ଡେସନର ମୁଖ୍ୟ ଲକ୍ଷ୍ୟ ବୋଲି ଆୟୋଜକ ବିନ୍ଦୁ ମହାନନ୍ଦ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *