ବାଲିଗୁଡ଼ା/କ୍ରାନ୍ତିକ୍ଷେତ୍ର : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ରେ ୨୦୨୨ ମସିହାରୁ ୨୦୨୬ ପର୍ଯ୍ୟନ୍ତ ଆୟ ବ୍ୟୟରେ କଥିତ ଦୁର୍ନୀତି ଓ ଅନିୟମିତତାର ଭିଜିଲାନ୍ସ ତଦନ୍ତ କରିବା ସହ ଦୀର୍ଘ ଚାରି ବର୍ଷର ଆୟ ବ୍ୟୟ ସାର୍ବଜାନିନ କରିବା ଦାବିରେ ବାଲିଗୁଡ଼ା ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଅନର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲେ ୧ ନମ୍ବର ୱାର୍ଡ଼ କାଉନସିଲର ଅଜୟ ଦିଗାଲା ଓ ୧୩ ନମ୍ବର ୱାର୍ଡ଼ କାଉନସିଲର ଆଲୋକ କୁମାର ନାୟକ। ତେବେ ଏହି ସମୟ ରେ ଏନଏସି କାର୍ଯ୍ୟାଳୟ ସଭା ଗୃହରେ ୧୪ ତମ ଅଧିବେଶନ ସଭା ଅନୁଷ୍ଠିତ ହୋଇଥିଲା। ଦୁଇ କଂଗ୍ରେସ କାଉନସିଲର ଉକ୍ତ ବୈଠକରେ ଯୋଗ ନ ଦେଇ ବାଲିଗୁଡ଼ା ଏନଏସିରେ ଦୁର୍ନୀତି ହୋଇଥିବା ସମସ୍ତ କାର୍ଯ୍ୟ ଉପରେ ଭିଜିଲାନ୍ସ ତଦନ୍ତ ଦାବି କରି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।

