ମା’ ସମଲେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର : ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଆଠମଲ୍ଲିକ ବ୍ଲକ ସାପଘରା ପଞ୍ଚାୟତ ଲକ୍ଷ୍ମୀ ପୁର ଗ୍ରାମରେ ୩ ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି।  ଉଦଯାପନୀ ଦିବସ ରେ ସାପଘରା ଓ ଟାପ ଢୋଲ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଟାପଢୋଲ ଚମ୍ପିୟାନ ହୋଇଥିବା ବେଳେ ସାପଘରା ରନର୍ସ ଅପ ହୋଇଥିଲା। ସଞ୍ଜୀବ କୁମାର ବେହେରା, ସୁବାଷ ବେହେରା ଖେଳ କୁ ପରିଚାଳନା କରିଥିବା ବେଳେ ସ୍କୋର ର ଦାୟିତ୍ୱ ଭାବରେ ପିଣ୍ଟୁ ଓ ଧାରା ବିବରଣୀ ଭାବରେ ଅମଳ ପ୍ରଦାନ କରିଥିଲେ। ଏଥିରେ ୮ ଟି ଦଳ ଭାଗ ନେଇଥିଲେ। ଉଦଯାପନୀ ଦିବସ ଅବସରରେ ଅତିଥି ଭାବରେ ସାପଘରା ପଂଚାୟତ ସରପଞ୍ଚ କୈଳାଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ। ମା ସମଲେଶ୍ୱରୀ କ୍ରିକେଟ କ୍ଳବ ର ରାଜା, ହିମାଂଶୁ, କାନ୍ହା, ସୁବାଷ, ସତ୍ୟବ୍ରତ, ମୁରଲୀ ଙ୍କ ସମେତ କ୍ଳବ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳ ପରିଚାଳନା ରେ ସହଯୋଗ କରିଥିଲେ। ଚମ୍ପିୟାନ ଏବଂ ରନର୍ସ ଅପ ଦଳ କୁ ଅତିଥି ଙ୍କ ଦ୍ୱାରା ଟ୍ରଫି ପ୍ରଦାନ କରା ଯାଇଥିଲା। ଗ୍ରାମାଞ୍ଚଳରେ ଏପରି ଏକ ଟୁର୍ନାମେଣ୍ଟ ଆୟୋଜନ ହୋଇଥିବାରୁ ସାଧାରଣ ରେ ପ୍ରଶଂସା କରା ଯାଉଛି।

Leave a Reply

Your email address will not be published. Required fields are marked *