ପମ୍ପ ହାଉସରୁ ମଟର ଚୋରି ଥାନାରେ ଅଭିଯୋଗ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଅର୍ଥକାରୀ ଫସଲ ଚାଷବାସ ପାଇଁ ନଦୀ ତୁଠ ମାନଙ୍କରେ ଚାଷୀ ମାନେ  ଛୋଟ ଛୋଟ ପମ୍ପ ହାଉସ କରି ସେଠାରେ ଗୋଟିଏ ଦୁଇଟି ମଟର ଲଗାଇ ପାଣି ଉଠାଇ ଯେମିତି ସେମିତି ଚାଷ କରି ନିଜ ନିଜ ର ଗୁଜୁରାଣ ମେଣ୍ଟାଉଛନ୍ତି। ହେଲେ ଚାଷୀ ମାନେ ନିଜ ଖର୍ଚ୍ଚରୁ ପାଣି ପମ୍ପରେ ଲଗାଇଥିବା ମୋଟର କୁ ମଧ୍ୟ ଚୋର ମାନେ ଚୋରି କରି ନେଇ ଯାଉଛନ୍ତି। ଏମିତି ଏକ ଘଟଣା ଘଟିଛି କେସିଙ୍ଗା ବୋରିଙ୍ଗପଦର ଆରଏମସି ରାସ୍ତା ଶେଷ ମୁଣ୍ଡରେ ଥିବା ଆଦିମାତା ଏଲଆଇ ପଏଣ୍ଟ – ୩ ରେ ଥିବା ପମ୍ପହାଉସ ରେ।  ଗତକାଲି ରାତିରେ କିଛି ଦୁର୍ବୃତ ରାତିରେ ଉକ୍ତ ପମ୍ପହାଉସ କୁ ଯାଇ ପମ୍ପ ହାଉସ ରେ ଥିବା ମଟର କୁ ଚୋରି କରି ନେଇଯାଇଛି। ସକାଳେ ଘଟଣା ଜଣା ପଡ଼ିବା ପରେ ଉକ୍ତ ପମ୍ପ ହାଉସ ଉପରେ ନିର୍ଭର କରି ଚାଷ କରୁଥିବା ଚାଷୀ ମାନେ କେସିଙ୍ଗା ଥାନାକୁ ଆସି ଲିଖିତ ଅଭିଯୋଗ କରି ଯଥା ଶୀଘ୍ର ଚୋର କୁ ଧରିବା ପାଇଁ ପୋଲିସ କୁ ନିବେଦନ କରିଛନ୍ତି।ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *