ବାଲିଗୁଡା/କ୍ରାନ୍ତିକ୍ଷତ୍ର (ସାମୁଏଲ ପ୍ରଧାନ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ରହିଛି ଉପକାରାଗାର (ଜେଲ)। ଏହି ଜେଲର ଆବର୍ଜନା ପାଣିରେ ଫାଟିପଡ଼ୁଛି ଗୁଳିମରାପଦା ସାହି। ସୁଚନା ଅନୁଯାଇ ବାଲିଗୁଡାର ଉପକାରାଗାର(ଜେଲ)ଟି ରହିଛି ୧୨ ନମ୍ବର ୱାର୍ଡର କଲେଜ ଘାଟି ଉପରେ। ଜେଲରେ ରହୁଥିବା କଏଦୀ ଏମାନଙ୍କ ଗାଧୁଆ ପାଣି ସହ, ରୋଷେୟୀ, ବାସନକୁସନ ଧୁଆ, ହାତଧୁଆ ଆଦି ପାଣି ଜେଲର ପଞ୍ଚପଟ ଏକ ନାଳ ଦେଇ ବାହାରକୁ ଯାଉଛି। ତାପରେ ଜେଲର କାନ୍ଥ ବାହାରେ ଏହି ଆଚର୍ଜନା ଓ ନର୍ଦ୍ଦମା ପାଣି ଜମା ହେଉଛି। ଜେଲ ପଛପାଖରେ ବାଲିଗୁଡା ଏନଏସିର ୧୨ ନମ୍ବର ୱାର୍ଡ଼ର ଗୁଳିମରାପଦା ସାହି ରହିଛି। ଏହି ସାହିରେ ପ୍ରାୟ ଦୁଇଶହରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି। ଜେଲରୁ ବାହାରୁଥିବା ଆବର୍ଜନା ଓ ନର୍ଦ୍ଦମା ପାଣି ରାସ୍ତା ପାର୍ଶ୍ଵରେ ଜମାହୋଇ ଏକ ଆବର୍ଜନା ଓ ନର୍ଦ୍ଦମା ପୋଖରୀ ଶୃଷ୍ଟିହୋଇଗଲାଣି, ଏଠାରୁ ଦୁର୍ଗନ୍ଧ ବାହାରି ସାହିସାରା ବ୍ୟାପି ଯାଉଛି। ଯାହାକି ସାହିରେ ରହିବା କଷ୍ଟ ସାଧ୍ୟ ହୋଇଗଲାଣି। ଏହି ଜମାଟ ବାନ୍ଧିଥିବା ପାଣି ଆଖପାଖ କୁଅଁକୁ ମଧ୍ୟ ମାଟିତଳେ ପାଣି ଯାଉଛି ଓ ଏବଂ ପାଖରେ ଥିବା ପୋଖରୀକୁ ମଧ୍ୟ ଏହି ନର୍ଦ୍ଦମା ପାଣି ମାଟିତଳେ ଯାଉଛି। ସ୍ଥାନୀୟ ଲୋକଙ୍କ କୂଅରେ ବର୍ତ୍ତମାନ ବାହାରୁଛି ନର୍ଦ୍ଦମା ପାଣି ଏହି ପାଣିକୁ ବ୍ୟବହାର କରି ସ୍ଥାନୀୟ ଲୋକଙ୍କୁ କାଚୁକୁଣ୍ଡିଆ ହେବା ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଲେଣି। ଏହି ସାହିକୁ ଦେଇ ଜିମାରଗାଁ ଏବଂ ଅନ୍ୟ ଗାଁ କୁ ଯାଉଛନ୍ତି କିନ୍ତୁ ନର୍ଦ୍ଦମା ପାଣି ଯୋଗୁଁ ଦୁର୍ଗନ୍ଧରେ ଫାଟିପଡୁଥିବା ଯୋଗୁଁ ଲୋକେ ଏହି ରାସ୍ତା ଦେଇଯିବାକୁ ଇଛା କରୁନାହାନ୍ତି। ଜେଲର ଏହି ନର୍ଦ୍ଦମା ପାଣି ଯୋଗୁଁ ସ୍ଥାନୀୟ ବାସିନ୍ଦା ଜେଲରଙ୍କୁ ଓ ଉପଜିଲ୍ଲାପାଳଙ୍କୁ ଲିଖିତ ଜାଇଥିଲେ କିନ୍ତୁ କିଛିବି ପଦକ୍ଷେପ ନେଉନାହାନ୍ତି ପ୍ରଶାସନ। ଏହି ବାବଦରେ ଉପକାରାଗାରର ଅଧିକାରୀ ଅଜୟ ଗୁରୁଙ୍କୁ ପଚାରି ବାରୁସେ କହିଛନ୍ତି ବର୍ତମାନ ଆମ ଜେଲର ଆବର୍ଜନା ପାଣି ଆମ ଜେଲର ପଛପଟ କାନ୍ଥ ଦେଇ ବାହାରକୁ ଯାଉଛି। କିନ୍ତୁ ବାହାରେ ନ ଜିମ୍ବା ସୋପିଟ ବ୍ୟବସ୍ଥା ନାହିଁ ଯାହାଫଳରେ ଆଚର୍ଜନା ପାଣି ବାହାରେ ଜମିରହୁଛି ଜେଲ ଭିତରେ ହୋଇଥିଲେ। ଆମେ ବ୍ୟବସ୍ଥା କରିଥାନ୍ତୁ। କିନ୍ତୁ ବାହାରେ ହେବା ଯୋଗୁଁ କିଛି କରିପାରିବୁନି ଏହାକୁ ଏନଏସି ଡ୍ରେନ କରି ବ୍ୟବସ୍ତା କରିବ କହିଛନ୍ତି। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସମସ୍ୟା ସମାଧାନ କରିବା ନିମନ୍ତେ ଅଞ୍ଚଳ ବାସି ଦାବି କରିଛନ୍ତି।

