ଚାରିଥାକିଆ ରାସ୍ତା ପାଇଁ ତରବରିଆ ଜମି ଅଧିଗ୍ରହଣ କୁ ଗ୍ରାମବାସୀଙ୍କ ବିରୋଧ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କେସିଙ୍ଗା ରୁ ଜୁନାଗଡ଼ ପର୍ଯ୍ୟନ୍ତ ହେବାକୁଥିବା ଫୋରଲେନ ରାସ୍ତା କାମ ପାଇଁ ଜମି ଅଧିଗ୍ରହଣ କାମ ଇତି ଜୋର୍ ସୋର ରେ ଚାଲିଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ପାଷ୍ଟିକୁଡ଼ି ଠାରେ ଜମି ଅଧିଗ୍ରହଣ କୁ ନେଇ ଦେଖିବାକୁ ମିଲିଛି ଅପରିତିକ ପରିସ୍ଥିତି।  ଜମି ଅଧିଗ୍ରହଣ କୁ ଗ୍ରାମବାସୀଙ୍କ ବିରୋଧ ନ ଥିଲେ ମଧ୍ୟ ପ୍ରଶାସନ ର ତରବରିଆ ନୀତି କୁ ତୀବ୍ର ବିରୋଧ କରାଯାଇଛି।ଗ୍ରାମବାସୀଙ୍କ କହିବା ଅନୁସାରେ ଯେଉଁ ଯେଉଁ ହିତାଧିକାରୀଙ୍କ ଜମି ଅଧିଗ୍ରହଣ ହୋଇଛି ସମସ୍ତଙ୍କୁ ଅଧିଗ୍ରହଣ ର ପୁରା ଟଙ୍କା ମିଳିନଥିବା ବେଳେ କିଛି ଲୋକଙ୍କୁ ପୁରା ପଇସା ମିଳିଛି, ପୁଣି ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଅଧିଗ୍ରହଣ ପାଇଁ ଆସିଥିବା ନୋଟିସରେ ତହସିଲଦାରଙ୍କ ଦସ୍ତଖତ ଜୁନ ୩ ତାରିଖରେ ହୋଇଥିବା ବେଳେ ନୋଟିସ ମିଳିଛି। ଜୁନ ୧୦ ତାରିଖରେ ଓ ୧୭ ତାରିଖରେ ଜାଗା ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି,  ୭ ଦିନ ଭିତରେ କଣ ଘର ତିଆରି କରି ଆମେ ଯାଇ ପାରିବୁକି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଆଗକୁ ବର୍ଷା ଦିନ ଆସୁ ଥିବାରୁ କିଛି ନ ହେଲେ ମଧ୍ୟ ଆମକୁ ୬ ମାସ ର ସମେତ ଦିଆଯାଉ ମାନେ ନିଜେ ନିଜେ ଘର ଖାଲିକରି ସରକାରଙ୍କୁ ଜାଗା ଦେବୁ ବୋଲି କହୁଛନ୍ତି ସେପଟେ ମାଜିସଟ୍ରେଟ ଦାଏତ୍ୱରେ ଘଟଣା ସ୍ଥଳରେ ଥିବା କେସିଙ୍ଗା ଆଡସନାଲ ତହସିଲଦାର ବିବେକାନନ୍ଦ ସାମଲ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇ ଥିଲେ ମଧ୍ୟ ବିନା କ୍ୟାମେରାରେ ଗ୍ରାମବାସୀ ଙ୍କ ଦାବୀ କୁ ମୁଁ ଉପର ଅଧିକାରୀ ଙ୍କୁ ଜଣାଇଛି ବଡ଼ଅଧିକାରୀ ମାନେ ଯାହା ଠିକ୍ ଭାବିବେ ତାହା ହେବ କହି ନିଜ ଉପରୁ ଦୋଷ ଘୁଞ୍ଚାଇ ଦେଇଥିଲେ।ଦେଖିବାକୁ ରହିଲା ଆଗକୁ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛି।

Leave a Reply

Your email address will not be published. Required fields are marked *