ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ରକ

ଲାଞ୍ଜିଗଡ/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲା ଭବାନିପାଟଣାଠାରୁ ବିଶାଖାପାଟଣାକୁ ସଂଯୋଜକ କରୁଥିବା ୬ ନମ୍ବର ରାଜ୍ୟ ରାଜପଥରର ପୋଖରୀବନ୍ଧ ଛକରେ ଓଲଟିଛି ପିଚୁ ବୋଝେଇ ଟ୍ରକ। ଫଳରେ ହେଲ୍ପର ଆହତ ହୋଇଛି। ସୂଚନାଯୋଗ୍ୟ ସିଜି ୦୪ଏନଜେ ୦୧୫୯ ବିଶିଷ୍ଟ ପିଚୁ ବୋଝେଇ ଟ୍ରକଟି ବିଶାଖାପାଟଣା ଠାରୁ ରାୟପୁର ଯାଉଥିଲାବେଳେ ବିଳମ୍ବିତ ରାତିରେ ହଠାତ ବୁଲାଣିରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା। ଫଳରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ହେଲ୍ପର ଗୁରୁତର ଆହତ ହୋଇଥିବା ଜଣାପଡିଛି। ଏ ସମ୍ପର୍କରେ ଖବର ପାଇ ବିଶ୍ଵନାଥପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି। ତେବେ ଏହି ଛକରେ ବୁଲାଣି ରହିଥିବାରୁ ବାରମ୍ବାର ଦୁର୍ଘଟଣା ହେଉଛି ବୋଲି ଅଭିଯୋଗ ହେଉଛି ହେଲେ ଏଥିପ୍ରତି ପୂର୍ତ୍ତବିଭାଗ ତଥା ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ପଡୁନଥିବା ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

Leave a Reply

Your email address will not be published. Required fields are marked *