ଦୁଇ ବର୍ଷ ପୂର୍ତ୍ତି ଅବସରରେ ବ୍ଳକ ସ୍ତରୀୟ ସମ୍ବିଳନୀ

ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର (ଜ୍ୟୋତି ପ୍ରକାଶ ମିଶ୍ର) : ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶର ଧାରା ଓଡିଶା ସାରା ବାର୍ତ୍ତା ଦେଇ ଆଠମଲ୍ଲିକ ବ୍ଲକ ତରଫରୁ କଲେଜ ରୋଡ କଲ୍ୟାଣୀ ମଣ୍ଡପ ପରିସରରେ ବ୍ଳକ ସ୍ତରୀୟ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା। ବିଡ଼ିଓ ଟିଟସ ମହାନନ୍ଦିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବିଳନୀରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ଲକ ପ୍ରତିନିଧି ପ୍ରକାଶ କୁମାର ସାହୁ, ସଂମ୍ମାନିତ ଅତିଥି ଭାବରେ ବିଧାୟକ ନଳିନୀ ପ୍ରଧାନଙ୍କ ଆଠମଲ୍ଲିକ ବ୍ଲକ ପ୍ରତିନିଧି ମହେଶ୍ୱର ଦେହୁରୀ, ଅନ୍ୟତମ ସଂମ୍ମାନିତ ଅତିଥି ଭାବରେ କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଦିପେଶ ବାରିକ ପ୍ରମୁଖ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାରି ଯୋଜନା ଉପରେ ଆଲୋକପାତ କରିବା ସହିତ ଯୋଜନା ର ଫାଇଦା ନେବାକୁ ମତ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ଡାକ୍ତର ଅଶ୍ୱିନୀ କୁମାର କ୍ଷେତୀ, ବ୍ଲକ ଶିକ୍ଷା ଅଧିକାରୀ ସୁନୀଲ କୁମାର ପ୍ରଧାନ, ବ୍ଲକ କୃଷି ଅଧିକାରୀ ଜଗନ୍ନାଥ ବାରିକ ପ୍ରମୁଖ ନିଜ ନିଜ ବିଭାଗ ର ବିଭିନ୍ନ ଯୋଜନା ଉପରେ ଲୋକଙ୍କୁ ବୁଝାଇ ଥିଲେ। ବିଡ଼ିଓ ଟିଟସ ମହାନନ୍ଦିଆ ବ୍ଲକ ତରଫରୁ ଲୋକଙ୍କୁ ଯୋଗେଇ ଦିଆ ଯାଉଥିବା ଆବାସ ଯୋଜନା, ପାଇଖାନା, ମହିଳା ବିକାଶ, ଭତ୍ତା ଓ ରାସନ କାର୍ଡ ରେ ଫାଇଦା ନେବାକୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ଏବିଡ଼ିଓ ପଞ୍ଚାନନ ବେହେରା, ସାମାଜିକ କଲ୍ୟାଣ ସୁରକ୍ଷା ଅଧିକାରୀ ନିକୁଞ୍ଜ ରଞ୍ଜନ ଦାଶ,ପ୍ରିୟଦର୍ଶୀ ସାମଲଙ୍କ ସମେତ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *