ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର : ଆସନ୍ତା ୨୬ ତାରିଖରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିବସ ଅବସରରେ ଆଠମଲ୍ଲିକ ବିଧାନସଭା ବିଜେପି ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ କରାଯିବ। ସକାଳେ ଶ୍ରୀପ୍ରଧାନଙ୍କ ଦୀର୍ଘାୟୁ କାମନା କରି ମାଧପୁର ମଣ୍ଡଳ ଅଧୀନ ନୂଆଗାଁ ମନ୍ଦିରରେ ଏକ ଦୀପଦାନ କାର୍ଯ୍ୟକ୍ରମ କରାଯିବ। ଏହାପରେ ମାଧପୁର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ସେହିପରି କେନ୍ଦ୍ରରେ ମୋଦୀ ସରକାରଙ୍କ ୧୨ ବର୍ଷ ଓ ରାଜ୍ୟରେ ପ୍ରଥମ ବିଜେପି ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବ ମଧ୍ୟ ପାଳନ କରାଯିବ। ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ। ପୂର୍ବତନ ମନ୍ତ୍ରୀ ସଞ୍ଜିବ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ଜିଲ୍ଲା ଉପସଭାପତି ଅଞ୍ଜଳି ପ୍ରଧାନ, କୋଷାଧକ୍ଷ ବିଶ୍ୱଜିତ ମିଶ୍ର, ବିଧାନସଭା ସଂଯୋଜକ ଡ. ଅଲେଖ ପ୍ରଧାନ, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ଭବାନୀ ପ୍ରଷାଦ ଜ୍ୟୋତିଷରାୟ, ପୂର୍ବତନ ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ମେହେର, ସାଂସଦଙ୍କ ପ୍ରତିନିଧି ସନ୍ତୋଷ ହୋତା ଓ ଇଂ ପ୍ରକାଶ ସାହୁ, ମାଧପୁର ମଣ୍ଡଳ ସଭାପତି ଅନ୍ତର୍ଯ୍ୟାମୀ ମହାକୁଡ଼, ବରିଷ୍ଠ ନେତା ଅଜିତ୍ ପ୍ରଧାନ, ଚିତ୍ତରଞ୍ଜନ ପ୍ରଧାନ, ପରେଶ ଦେଓ, ପ୍ରଭାତ ମିଶ୍ର, ଝୁନୁବାଳା ପ୍ରଧାନ, ଅଖିଳ ପ୍ରଧାନ, ଅଲେଖ ଭୋଇ, ହୃଦାନନ୍ଦ ପ୍ରଧାନ, ବିଜୟାନନ୍ଦ ପ୍ରଧାନ, ଜଳଧର ପ୍ରଧାନ, ରତ୍ନାକର ପ୍ରଧାନ, ପ୍ରଭାକର ପ୍ରଧାନ, ସୁଶିଲ ପ୍ରଧାନ, ବାନାମ୍ୱର ପ୍ରଧାନ, ରମେଶ ପ୍ରଧାନ, ପ୍ରବୀଣ ସାହୁ, ସୌମ୍ୟରଞ୍ଜନ ମହାନ୍ତି, ମନୋଜ ପ୍ରଧାନ, ପ୍ରତ୍ୟୁତପନ୍ନ ପ୍ରଧାନ, ଅମ୍ୱିକା ପ୍ରସାଦ ଦେହୁରୀ, ସରପଞ୍ଚ ଭରତ ସାହୁ ଓ ସିଦ୍ଧାର୍ଥ କ୍ଷେତି, ସଞ୍ଜୀବ କର୍ମୀ, ଅନନ୍ତ ମହାକୁଡ଼, ଏକାଦଶୀ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବା ସହ ସେବା ମାଧ୍ୟମରେ ସଂଗଠନ ସୁଦୃଢ଼ କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଛନ୍ତି।

