ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର : ଏନଏସି ତରଫରୁ ନବ ନିର୍ମିତ କଲ୍ୟାଣୀ ମଣ୍ଡପ ପରିସରରେ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ଯୋଗ ଗୁରୁ ମେଘନାଦ ସାହୁ ଯୋଗ ଶିକ୍ଷା ଦେଇଥିଲେ। ଏହି ଶିବିରରେ ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା, ଉପାଧ୍ୟାକ୍ଷ ଗଦାଧର ସ୍ୱାଇଁ, ଡ଼ିଏମଏମ ସୀମା ପ୍ରଧାନ, ରମାକାନ୍ତ ବିଶ୍ୱାଳ, ବିଶ୍ୱରଞ୍ଜନ ଭୁକ୍ତା, ନିର୍ମଳ ବେହେରାଙ୍କ ସମେତ ସାଧାରଣ ଜନତା ଭାଗ ନେଇଥିଲେ। ସେହିପରି ଇନଡୋର ଷ୍ଟାଡିଅମ ପରିସରରେ ବ୍ଲକ ପ୍ରଶାସନ ପ୍ରଶାସନ ତରଫରୁ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ କୁମାର ସାହୁ,ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ, ସାଂସଦ ଙ୍କ ପ୍ରତିନିଧି ପ୍ରକାଶ ସାହୁ, ବିଧାୟକଙ୍କ ପ୍ରତିନିଧି ମହେଶ୍ୱର ଦେହୁରୀ, ଏନଏସି ଅଧ୍ୟକ୍ଷା ଆଶା କୁମାରୀ ସାହୁ, ବିଡ଼ିଓ ଟିଟସ ମହାନନ୍ଦିଆ, ଏବିଡ଼ିଓ ପଞ୍ଚାନନ ବେହେରା, ସିଡିପିଓ ତରଙ୍ଗିଣୀ ମିର୍ଦ୍ଧା, ଡ଼ଃ ଅଶ୍ୱିନୀ କ୍ଷେତି, ସାମାଜିକ ସୁରକ୍ଷା ଅଧିକାରୀ ନିକୁଞ୍ଜ ରଞ୍ଜନ ଦାଶ, ଅଭିରାମ ସାଏ, ବାଳାଶ୍ରମ ର ଛାତ୍ର ଙ୍କ ସମେତ ଜନସାଧାରଣ ଯୋଗ ଦେଇଥିଲେ। ସେହିପରି ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ମଧ୍ୟରେ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ପ୍ରଧାନ ଶିକ୍ଷକ ସୁନୀଲ ପ୍ରଧାନ, ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ମଧ୍ୟ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା।

