ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର : କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ସଭା ଗୃହରେ ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କୃଷି ଅଧିକାରୀ ଜଗନ୍ନାଥ ବାରିକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଆଲୋଚନା ଚକ୍ର ରେ ଅତିଥି ଭାବରେ ବିଡ଼ିଓ ଟିଟସ ମହାନନ୍ଦିଆ, ଆତ୍ମାର ଅଧ୍ୟକ୍ଷ ଚୌଧୁରୀ ଚରଣ ସାଏ, ଏ ବିଡ଼ିଓ ପଞ୍ଚାନନ ବେହେରା, ବିଧାୟକଙ୍କ ପ୍ରତିନିଧି ମହେଶ୍ୱର ଦେହୁରୀ, କୃଷକ ଚୈତନ୍ୟ ସାହୁ ପ୍ରମୁଖ ମଂଚାସୀନ ଥିଲେ। ପ୍ରାରମ୍ଭରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରା ଯାଇ ଆଲୋଚନା ଚକ୍ର କୁ ଉଦଘାଟନ କରା ଯାଇଥିଲା। ବ୍ଲକ କୃଷି ଅଧିକାରୀ କାର୍ଯ୍ୟକ୍ରମ ବାବଦରେ ପ୍ରାରମ୍ଭିକ ସୂଚନା ଦେବା ସହିତ ମାନବ ସମାଜର ହିତ ପାଇଁ ଜୈବିକ ସାର କୁ ବ୍ୟବହାର କରିବାକୁ କୃଷକ ମାନଙ୍କୁ ପରାମର୍ଶ ଦେଇଥିଲେ। ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ଡ଼ଃ ବିଛିନ୍ନାମୈତ୍ରୀ ରାଉତ, ମସ୍ଚ୍ୟବିଭାଗ ଅଧିକାରୀ ଅସ୍ମିତା ମୁର୍ମୁ ଓ ବ୍ଲକ ପଶୁ ସମ୍ପଦ ଅଧିକାରୀ ସରିତା ବେହେରା ପ୍ରମୁଖ ଯୋଗଦେଇ ନିଜ ନିଜ ବିଭାଗ ର ସରକାରୀ ଯୋଜନା ଉପରେ ଆଲୋକପାତ କରି ଫାଇଦା ନେବାକୁ ମହିଳା ଓ ପୁରୁଷ କୃଷକ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ କୃଷକ, ସମିତି ମେମ୍ବର, ମହିଳା ଚାଷୀ ଉପସ୍ଥିତ ଥିଲେ। ଭିଏଡବ୍ଲୁ ସୁଶାନ୍ତ ତରାଇ ମଞ୍ଚ ପରିଚାଳନା କରିଥିଲେ। ଭିଏଡବ୍ଲୁ ପଞ୍ଚାନନ ପ୍ରଧାନ, ପଦ୍ମିନୀ ଷଡ଼ଙ୍ଗୀଙ୍କ ସମେତ ସମସ୍ତ କୃଷି ବିଭାଗ କର୍ମଚାରୀ ସହଯୋଗ କରିଥିଲେ।

