ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବିଜମରା ୟୁ.ପି.ସ୍କୁଲ ପରିସରରେ ଆଜି ମହାକାଳ ଫାଉଣ୍ଡେସନ ପକ୍ଷରୁ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ ଶିବିର ସଫଳତାର ସହ ଆୟୋଜିତ ହୋଇଥିଲା। ଏହି ଶିବିରରେ ୧୩୦ ଜଣ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହିତ ନିଶୁଳ୍କ ଔଷଧ ପାଇ ଉପକୃତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଶକ୍ତି ରଞ୍ଜନ ଶତପଥୀ, ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ସଭାପତି ଅବିନାଶ ନନ୍ଦ ଏବଂ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ବିଜୟଦେବ ସାହୁ ଯୋଗଦେଇ ଶିବିରର ସଫଳ ଆୟୋଜନ ନେଇ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ମହାକାଳ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ସଭାପତି ସଙ୍କେତ କୁମାର ଠାକୁର, ସମ୍ପାଦକ ରାଜେଶ ସାହୁ, ବିକ୍ରମ ଠାକୁର, ଘାସିରାମ ଠାକୁର, ଶ୍ରେୟସ ଠାକୁର ଏବଂ ବିଜମରା ସରପଞ୍ଚ ବାଳକୃଷ୍ଣ ମାଝୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଡାକ୍ତର ଅମୁଲ୍ୟ ବେହେରା,ଡାକ୍ତର ଗୀତାଞ୍ଜଳୀ ପଣ୍ଡା,ଡାକ୍ତର ଆକାଶ ନାଏକ ପ୍ରମୁଖ ନିୟୋଜିତ ହେଇ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।ଦିନ ସାଢେ଼ ଗୋଟାଏ ବେଳେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।

