ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର (ଚୌଧିରି ସାହୁ) : ଆଜି ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ସଭାଗୃହ ଠାରେ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ସଇଁତଳା ବ୍ଲକରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷା ମୋନିକା ସିଂ ଭୋଇ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ,ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ କୁମାର ଭୋଇ, ଏବିଡିଓ ଉପେନ୍ଦ୍ର ମାଝୀ ପ୍ରମୁଖ ଯୋଗଦେଇ ସରକାରଙ୍କ ବିଭିନ୍ନ ପ୍ରକାର ଜନହିତକର ଯୋଜନା ବିଷୟରେ ଆଲୋକପାତ କରିଥିଲେ ଏବଂ ଅନ୍ତୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ, ସ୍ୱାସ୍ଥ୍ୟ କାର୍ଡ, ସ୍ୱଚ୍ଛ ଭାରତ ମିଶନ ର କାର୍ଯ୍ୟାଦେଶ, ରେସନ କାର୍ଡ ବିତରଣ, ସାମାଜିକ ସୁରକ୍ଷା ପକ୍ଷରୁ ଶ୍ରବଣ ଯନ୍ତ୍ର, ହିତାଧିକାରୀ ମାନଙ୍କୁ ବିତରଣ କରାଯାଇଥିବା ବେଳେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା ପରିଶେଷରେ ସୁଧାଂଶୁଶେଖର ବଛା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

