କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କେସିଙ୍ଗା ସହରର ଓ ଆଖ ପାଖ ଅଞ୍ଚଳର ପାରିପାର୍ଶିକ ବିକାଶ ପାଇଁ ଦୀର୍ଘ ବର୍ଷ ଧରି ସରକାର ଓ ସମସ୍ୟା ଭିତରେ ସେତୁ ସାଜିଥିବା କେସିଙ୍ଗା ସିଟିଜନ ଫୋରମ୍ ପକ୍ଷରୁ କେସିଙ୍ଗା ଜଗନ୍ନାଥ ମନ୍ଦିର ଛକ ଠାରୁ ଟିଟଲାଗଡ ରାସ୍ତା ଓ ତେଲନଦୀ ଉପରେ ହୋଇଥିବା ନୂତନ ବ୍ରିଜ ର ସୁରକ୍ଷା କୁ ନେଇ ରବିବାର ଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମୁଖ୍ୟମନ୍ତ୍ରୀ ସଭଗୃହରେ ଫୋରମ୍ ସଭାପତି ଡାକ୍ତର ହେମସାଗର ସାହା ଓ ଅନ୍ୟାନ୍ୟ ସଦସ୍ୟ ଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ବ୍ରିଜ ଓ ରାସ୍ତା ର ସୁରକ୍ଷା ସମର୍କରେ ଫୋରମ୍ ର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଗତ ଦୁଇ ତିନି ଦିନ ତଳେ ସହର ର ପ୍ରାୟ ସମସ୍ତ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ମାନେ ଉକ୍ତ ରାସ୍ତା ବିଷୟରେ ଖବର ପ୍ରସାରଣ କରି ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରି ଥିଲେ।ହେଲେ ପ୍ରଶାସନ ପକ୍ଷରୁ ଖବର ପ୍ରସାରଣ ପରେ ତରବରିଆ ଭାବରେ ଖାଲ ମାନଙ୍କୁ ମରାମତି କରାଯାଇଥିଲା ହେଲେ ଫୋରମ୍ ପକ୍ଷରୁ ଉକ୍ତ ରାସ୍ତା ଟି କାହିଁକି ବାରମ୍ବାର ଖରାପ ହେବା ସହିତ ନୂତନ ଭାବରେ ତିଆରି ହୋଇଥିବା ବ୍ରିଜ କୁ କିପରି ସୁରକ୍ଷା ଦିଆଯିବ ସେହି ବିଷୟରେ ସଭାପତି ସାମ୍ବାଦିକ ମାନଙ୍କୁ ଅବଗତ କରାଇଥିଲେ।ଫୋରମ୍ ର କହିବା ଅନୁସାରେ ତେଲ ନଦୀ ରୁ ବିନା ସିକୃତିରେ ଟିଟଲାଗଡ ପଟେ ଥିବା ମହାଦା ବାଲି ଘାଟରୁ ବାଲି ଚାଲାଣ କରି ବଡ଼ ବଡ଼ ହାଇୱା ସାହାଯ୍ୟରେ ସନ୍ଧ୍ୟା ୬ ରୁ ଆରମ୍ଭ ହୋଇ ଭୋର ପର୍ଯ୍ୟନ୍ତ ଉକ୍ତ ନୂତନ ବ୍ରିଜ ହୋଇ କେସିଙ୍ଗା ସମେତ ଆଖ ପାଖ ଅଞ୍ଚଳ କୁ ବାଲି ଚାଲାଣ ହେଉଛି ଫଳରେ ବ୍ରିଜ ଟି ଦିନକୁ ଦିନ କମଜୋର ହେବାରେ ଲାଗିଛି କାରଣ ଉକ୍ତ ବ୍ରିଜ ଟି ବିଜେଡି ସରକାର ଅମଳରେ ରୁରାଲ ଇକୋନୋମି କୋରିଡୋର ସ୍କିମ ରେ ଆରଡି ବିଭାଗ ତିଆରି କରିଥିଲା ଯାହାର ମୂଳ ଲକ୍ଷ୍ୟ ଥିଲା ଦୁଇ ଜିଲ୍ଲା କୁ ଯୋଡି ଛୋଟ ବଡ଼ ବ୍ୟବସାୟୀ ମାନେ ବ୍ୟବସାୟ କରି ନିଜ ନିଜର ଗୁଜୁରାଣ ମେଣ୍ଟାଇବା।ଯୋଉ ବ୍ରିଜ ର କେପାସିଟି ୪୦ ଟନ୍ ରୁ ତଳକୁ ଅଛି ସେହି ବ୍ରିଜ ଉପରେ ୫୦ ଟନ୍ ର ହାଇୱା ସାଙ୍ଗକୁ ବଡ଼ ବଡ଼ ଭାରିଯାନ ଯାଇ ରାସ୍ତା ଖରାପ ହେବା ସହିତ ବ୍ରିଜ ର ସ୍ଥାଇତ୍ଵ ଉପରେ ମଧ୍ୟ ଚିନ୍ତା ପ୍ରକଟ କରିଥିଲା ସିଟିଜନ ଫୋରମ୍। ସେପଟେ କେସିଙ୍ଗା ପଟେ ମଧ୍ୟ ଏକ ଟେମପ୍ରାରି ରାସ୍ତା ନିର୍ମାଣ କରି ରାତି ସାରା ବାଲି ଚାଲାଣ ଦ୍ଵାରା ରାସ୍ତା ଖରାପ ହେବା ସହିତ ପିଏଚଡି ବିଭାଗର ବଡ଼ ଅଧିକାରୀଙ୍କ କୃପାରୁ ବାଲି ମାଫିଆ କୁ ବଳ ପ୍ରଦାନ କରାଯିବା ସହିତ ବିଭାଗ ଲୋକଙ୍କୁ ଭକୁଆ ବନାଇ ଠିକାଦାର ସହିତ ବିଭାଗର ମଧୁଚନ୍ଦ୍ରିକା ର ପୋଲ ଖୋଲିଥିଲା ଫୋରମ୍। ଆଗକୁ ଉକ୍ତ ବିଷୟ ଉପରେ ଟିଟଲାଗଡ ବିଧାୟକ ଙ୍କ ସମେତ ଉକ୍ତ ବିଭାଗର ମନ୍ତ୍ରୀ ଓ ବିଭାଗୀୟ ବଡ଼ ଅଧିକାରୀ ଙ୍କୁ ଫୋରମ୍ ପକ୍ଷରୁ ଦାବୀ ପତ୍ର ପ୍ରଦାନ କରିବା ସହ ଉକ୍ତ ରାସ୍ତା ଓ ବ୍ରିଜ ଉପରେ ଭାରି ଯାନ ଚଳାଚଳ କୁ ସମ୍ପୂର୍ଣ ବନ୍ଦ କରିବା ପାଇଁ ଫୋରମ୍ ର ପ୍ରତିବଦ୍ଧତା ବିଷୟରେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଅବଗତ କରାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଫୋରମ୍ ର ସମ୍ପାଦକ ଭି ଚନ୍ଦ୍ରଶେଖର ଆଚାରୀ, କୋଷାଧ୍ୟକ୍ଷ ରଞ୍ଜନ କୁମାର ପଣ୍ଡା, ବରିଷ୍ଠ ଆଇନଜୀବି ଯୁଗଳ କିଶୋର ଦୀପଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

