କରଞ୍ଜକୋଟଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଓୟୁଜେ ର ବନ୍ଧୁମିଳନ କାର୍ଯ୍ୟକ୍ରମ

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ସ୍ଥିତ ପ୍ରସିଦ୍ଧ କରଞ୍ଜକୋଟ ପର୍ଯ୍ୟଟନ ସ୍ଥଳୀଠାରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଓଡ଼ିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକମାନଙ୍କ ମଧ୍ୟରେ ଏକତା ଓ ସହଯୋଗ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ସଭାର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଓୟୁଜେ ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇଥିବା ବେଳେ ସାଧାରଣ ସମ୍ପାଦକ ସନ୍ତୋଷ ସିଂ ଦେଓ, ବରିଷ୍ଠ ସାମ୍ବାଦିକ ତଥା ବରିଷ୍ଠ ଆଇନଜୀବି ହିମାଂଶୁ ବରାଡ଼, କିଶୋର ନାଏକ, ଜୟଦ୍ରଥ ମହାନନ୍ଦ ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ବୈଠକରେ ଆଞ୍ଚଳିକ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା ଏବଂ ସାମ୍ବାଦିକତାର ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବହୁ ସଂଖ୍ୟକ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ। ଅନ୍ୟ ମଧ୍ୟରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ବରିଷ୍ଠ ସାମ୍ବାଦିକ ବିନ୍ଦୁ ମହାନନ୍ଦ, ଖଗେଶ୍ୱର ଧଙ୍ଗଡ଼ାମାଝୀ, ଓୟୁଜେ ଗୋଲାମୁଣ୍ଡା ବ୍ଲକ ସଭାପତି ସୁଧୀର ସାହୁ, ଆକାଶ କୁମାର ଜଗତ, ଆଶୁତୋଷ ରାଉତ, କୁମର ମଣି ଦୁର୍ଗା, ତାପସ ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିବା ବେଳେ ସାମ୍ବାଦିକ ହେମନ୍ତ ସାହୁ ସଭା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *