କୋକସରା ବ୍ଲକ ଗଣ୍ଡ ସମାଜର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ମହିମା ଶିବ ମନ୍ଦିର ପ୍ରାଙ୍ଗଣରେ ବ୍ଳକ ଗଣ୍ଡ ସମାଜର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ ତଥା ସାଙ୍ଗଠନିକ ବୈଠକ ମହିମା, ଓ ଡୁଡୁକାଠେଙ୍ଗା ପଞ୍ଚ୍ୟାୟତ ଗଣ୍ଡ ସମାଜ ର କର୍ମକର୍ତ୍ତା ଙ୍କ ସହଯୋଗରେ ଆଜି ଅନୁଷ୍ଠିତ ହୋଇଛି। ସର୍ବ ପ୍ରଥମେ ସମାଜ ର ଇଷ୍ଟ ଦେବ ଶ୍ରୀ ଚତୁର୍ଭୁଜ ବୁଢା ଦେଓଙ୍କ ଫଟୋ ଚିତ୍ରରେ ପୂଜା ଅର୍ଚ୍ଚନା କରାଯାଇ ନୂତନ କର୍ମକର୍ତ୍ତା ଙ୍କୁ ଶପଥ ଗ୍ରହଣ କରାଯାଇ ଥିଲା। ଅବସର ପ୍ରାପ୍ତ ଶିକ୍ଷକ ରାମ ପ୍ରସାଦ ଧରୁଆଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ଶ୍ରୀମନ୍ତ ଧରୁଆ, ମୁଖ୍ୟବକ୍ତା, ଅବସରପ୍ରାପ୍ତ, ଓଏଏସ, ଅଫିସର  ମହେଶ୍ୱର ମାଝୀ, ଦିଗାମ୍ବର ଦଳପତି, ନାରୀନେତ୍ରୀ, ଇନ୍ଦୁ ରେଖା ମାଝୀ, ପୂର୍ବତନ ସରପଞ୍ଚ, ଡାଳିମ୍ବ ନାଏକ, ଉଦ୍ଧବ ଧରୁଆ, ପୂର୍ବତନ ସରପଞ୍ଚ ବିଦେଶୀ ଧରୁଆ, ପ୍ରଶ୍ନ କୁମାର ନାଏକ, ଚୈତନ୍ୟ ଧରୁଆ, ଜଗମୋହନ ନାଏକ, ଗୋଶିଂ ଧରୁଆ, ନୃପରାଜ ନାଏକ ଯୋଗଦାନ କରି ସମାଜର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଏହି ସଭାରେ ଗଣ୍ଡ ସମାଜ ର ଶିକ୍ଷା, ସଂସ୍କୃତି, ରାଜନୀତି ଅର୍ଥନୀତି ବିକାଶ ଓ ସମାଜ କୁ ସଂଗଠିତ କରିବା ପାଇଁ ସମସ୍ତେ ଏକଯୁଟ ହେବା ପାଇଁ ବକ୍ତା ମାନେ କହିଥିଲେ, ଉକ୍ତ ଶପଥ ଗ୍ରହଣ ସମାରୋହରେ, ବ୍ଲକ ଗଣ୍ଡ ସମାଜ ତରଫରୁ ଚଳିତ ଶିକ୍ଷା ବର୍ଷରେ ମାଟ୍ରିକ ଓ +୨ ରେ ୬୦ ପ୍ରତିଶଧ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଓ ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା, ଉକ୍ତ ଶପଥ ଗ୍ରହଣ ସମାରୋହରେ ବ୍ଲକ ଗଣ୍ଡ ସମାଜ ସଭାପତି ନନ୍ଦ କିଶୋର ଧରୁଆ, ଉପସଭାପତି, ମହେନ୍ଦ୍ର କୁମାର ଧରୁଆ, ସମ୍ପାଦକ ନେତ୍ରା ନନ୍ଦ ଧରୁଆ , ସହ ସମ୍ପାଦକ, ତ୍ରିନାଥ ପୋଟା, ମେଡ଼ିଆ ସଂଯୋଜକ ଅମୋଜ ଧରୁଆ, କୋଷାଧ୍ୟକ୍ଷ ଜୟସିଂ ମାଝୀ, ମେହେରୁଲାଳ ମାଝୀ, ନିରଞ୍ଜନ ମାଝୀ ତଥା ସମସ୍ତ ପଞ୍ଚ୍ୟାୟତର କର୍ମକର୍ତ୍ତା ଉପସ୍ଥିତ ଥିବାବେଳେ, ଉଦ୍ଧବ ଧରୁଆ ମଞ୍ଚ ପରିଚାଳନା କରିଥିଲେ

Leave a Reply

Your email address will not be published. Required fields are marked *