ମଝିଘରିଆଣି ଦେବୀଙ୍କ ଦାନ ହୁଣ୍ଡିର ଶେଷ ହେଲା ଗଣତି

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି ର ଅର୍ଥ ଗଣତି ଆରମ୍ଭ ହୋଇଛି। ଆଜି ବିଭିନ୍ନ ସାମାଜିକ ସଂଗଠନର ମହିଳା ମାନେ ଗଣତି କାର୍ଯ୍ଯରେ ନିୟୋଜିତ ଅଛନ୍ତି। ମାଁଙ୍କ ପୂଜାର୍ଚ୍ଚନା ପରେ ୫ ମାସ ବ୍ୟବଧାନରେ ଆଜି ଦେବତ୍ତୋର ବିଭାଗର ଅନୁମତି ପରେ ରାଜସ୍ବ ବିଭାଗ ଅଧିକାରୀଙ୍କ ଉପସ୍ଥିତ ରେ ୯ଟି ଦାନ ହୁଣ୍ଡି ଖୋଲାଯାଇଛି। ଏଥିରେ ଓଡିଶା ଗ୍ରାମୀଣ ବ୍ଯଙ୍କ ସହଯୋଗ କରୁଥିବା ବେଳେ ଗଣତି ଶେଷ ହେବା ପରେ ସମସ୍ତ ଅର୍ଥକୁ ଉକ୍ତ ବ୍ଯାଙ୍କରେ ପୈଠ କରାଯିବ। ଆଜିର ଏହି ଗଣତି କାର୍ଯ୍ଯରେ ପ୍ରାୟ ୨୫୯ ଜଣ ମହିଳା ଓ ପୁରୁଷ ସ୍ବେଚ୍ଛାସେବୀ ଭାଗ ନେଇଥିଲେ। ଗତ ୫ ମାସ ପୂର୍ବେ ଦାନ ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିରୁ ନଗଦ ୧ କୋଟି ୫ ଲକ୍ଷ ୫୨ ହଜାର ୮୪୫, ୨କେଜି ୧୫୦ ଗ୍ରାମ ରୂପା ଓ ୩୦ ଗ୍ରାମ ସୁନା ବାହାରିବା ସହ ୨୩ଟି ବିଦେଶୀ ଓ ଅଚଳ ନୋଟ୍ ବାହାରିଥିଲା। ସଂଗ୍ରହ ସମସ୍ତ ଅର୍ଥ ଓ ସୁନା ରୂପା ମନ୍ଦୀର ପରିସରରୁ ମଝିଘରିଆଣୀ ଟ୍ରଷ୍ଟର ସ୍ବତନ୍ତ୍ର ବସରେ ବ୍ୟାଙ୍କ କୁ ସ୍ଥାନାନ୍ତର କରାଯାଇଥିଲା। ଦାନ ହୁଣ୍ଡିରୁ ବାହାରି ଥିବା ଅର୍ଥ ମନ୍ଦିର ର ଉନ୍ନତି, ପରିଚାଳନା ସହ ବିଭିନ୍ନ ସାମାଜିକ କାର୍ଯରେ ଖର୍ଚ୍ଚ ହେବ ବୋଲି ମନ୍ଦିର ପରିଚାଳନା ଟ୍ରଷ୍ଟର ସଭାପତି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *