ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର (ଜ୍ୟୋତିପ୍ରକାଶ ମିଶ୍ର) :- ଆଠମଲ୍ଲିକ ସହରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ଗୋଟି ପହଣ୍ଡି ରେ ରତ୍ନ ବେଦୀ ରୁ ସ୍ନାନ ବେଦୀ କୁ ଅଣା ଯାଇଥିଲା। ଦେବୋତ୍ତର ପୂଜକ ପ୍ରଫୁଲ୍ଲ ପାଣିଗ୍ରାହୀ ଓ ମନ୍ଦିର ପୂଜକ ଚିତ୍ତରଞ୍ଜନ ପାଣିଗ୍ରାହୀ ସ୍ନାନ ନୀତି ଓ ହୋମଯଜ୍ଞ କଲା ପରେ ଗଙ୍ଗା ଜଳ , ପଞ୍ଚାମୃତ , ଚନ୍ଦନ , କର୍ପୁର , ଅଗୁର , ଚୁଆ ମିଶ୍ରିତ ସୁବାସିତ ଜଳ ରେ ୧୦୮ କଳସରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ସ୍ନାନ କରାଇଥିଲେ। ଦିବ୍ୟସ୍ନାନ ଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିରହିଥିଲା। ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଉପେନ୍ଦ୍ର ଲୁହା କର୍ତ୍ତା ଭାବେ ଦାୟିତ୍ୱ ତୁଲାଇ ଥିଲେ। ପହଣ୍ଡିଆ କମିଟି ସମ୍ପାଦକ ନବକିଶୋର ତ୍ରିପାଠୀ ଓ ପହଣ୍ଡିଆ ରୁଦ୍ରପ୍ରସାଦ ମିଶ୍ର, ଅକ୍ଷୟ କୁମାର ମିଶ୍ର, ପିନା ପାଣିଗ୍ରାହୀ, ରାଜେଶ ମିଶ୍ର, ଭୁଜଙ୍ଗ ଭୂଷଣ ଶତପଥୀ, ଆଶିଷ କୁମାର ଦାଶ, ବିରଜା ଶଙ୍କର ରଥ, ରଶ୍ମୀପ୍ରସାଦ ମିଶ୍ର, ସଂଜୀବ କୁମାର ମିଶ୍ରଙ୍କ ସମେତ ସମସ୍ତ ପହଣ୍ଡିଆ ପ୍ରଭୁ ଙ୍କ ଦିବ୍ୟସ୍ନାନ ପରେ ପୁଣି ଗୋଟି ପହଣ୍ଡିରେ ମନ୍ଦିର କୁ ନେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଦେବତ୍ତର ସହାୟକ ନଗେନ ରାଉତ, ତ୍ରିନାଥ ସାହୁଙ୍କ ସମେତ ବହୁ ସରକାରୀ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
