ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଜୁନାଗଡ ଥାନା ଚିଚେଇଗୁଡ଼ା ଗ୍ରାମ ବୁଲାଣି ନିକଟରେ ଆଜି ସନ୍ଧ୍ୟାରେ ଏକ କାର ଓ ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକ୍ ଥିବା ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ଧର୍ମଗଡ଼ ପଟୁ ବାଇକ ଯୋଗେ ଦୁଇ ଜଣ ଯୁବକ ଆସୁଥିବାବେଳେ ଜୁନାଗଡ ପଟୁ ଯାଉଥିବା ଏକ କାର ମଧ୍ୟରେ ଚିଚେଇଗୁଡା ଛକ ଠାରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଧକ୍କା ହେବା ଫଳରେ ବାଇକ୍ ରେ ଥିବା ଦୁଇ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ଗୁରୁତର ଦୁଇ ଜଣଙ୍କୁ ପ୍ରଥମେ ଜୁନାଗଡ ଡାକ୍ତର ଖାନାକୁ ଓ ପରେ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଛି। ଜୁନାଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ କାର ଓ ବୁଲେଟ୍ କୁ ଜବତ କରିଛି । ଏବଂ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି ।