ତରଳ ଝାଡ଼ାର ଉପଚାର ବିଷୟରେ ସଚେତନତା ଶିବିର

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଏସବି ଆଇ ଓ ରାମକୀ ଫାଉଣ୍ଡେସନ ପକ୍ଷରୁ କେସିଙ୍ଗା ବ୍ଲକ ର ଉତ୍କେଲା ଠାରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ତରଳ ଝାଡ଼ା ର ଉପଚାର ସମ୍ବନ୍ଧୀୟ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ଦାସଙ୍କ ଅଧ୍ୟକ୍ଷତାରେ ଉକ୍ତ ଶିବିର ଅନୁଷ୍ଠିତ ହୋଇ ପ୍ରାୟ ୧୩୫ ଜଣ ଛାତ୍ରୀ ଙ୍କୁ ମାନକୁ ଉକ୍ତ ଶିବିରରେ ଚିକିତ୍ସା ର ପ୍ରଣାଳୀ ସାଙ୍ଗକୁ ବହୁମୂଲ୍ୟ ଡାକ୍ତରୀ ଉପଦେଶ ପ୍ରଦାନ କରାଯାଇ ସମସ୍ତଙ୍କୁ ଜଳପାନ କରାଯାଇଥିଲା। ଏଥିରେ ରାମକୀ ଫାଉଣ୍ଡେସନ ର ଡାକ୍ତର ବିମଳ ଚରଣ ଷଡଙ୍ଗୀ, ପିସି ଷ୍ଟାଫ ପଙ୍କଜିନି ରଣା, ଏଲଟି ନୀତୁ ନାଏକ, ନିରଞ୍ଜନ ହାତି, ବିଦ୍ୟାଳୟର ସହ ଶିକ୍ଷୟତ୍ରୀ ଶ୍ରୀୟା ପ୍ରସାଦିନି କର, ଶହ ଶିକ୍ଷକ କୁମୁଦ ଦୋରା ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ କର ମେଡମ୍।

Leave a Reply

Your email address will not be published. Required fields are marked *