କେସିଙ୍ଗା/କ୍ରାନ୍ତିକ୍ଷେତ୍ର(ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଉତ୍କେଲା ଗ୍ରାମ ରୁ କୋକୋଡମାଲ କୁ ସଂଯୋଗ କରୁଥିବା ପିବ୍ଲୁଡି ରାସ୍ତା ରେ ଥିବା ମେର୍ଶି ଇଂରାଜୀ ମିଡିୟମ ବିଦ୍ୟାଳୟ ସମ୍ମୁଖରେ ମେର୍ସି ସ୍କୁଲ ର ଛୁଟି ହେବା ପରେ ସ୍କୁଲ ଭେନ୍ ଟି ସ୍କୁଲ ରୁ ଛାତ୍ର ଛାତ୍ରୀ ମାନଙ୍କୁ ଘରକୁ ନେଇ ଯାଉଥିବା ବେଳେ ସ୍କୁଲ ରୁ ମୁଖ୍ୟ ରୋଡ କୁ ଉଠୁଥିବା ସମୟରେ କୋକୋଡମାଲ୍ ପଟରୁ ଉତ୍କେଲା ପଟେ ଆସୁଥିବା ଏକ ବାଇକ୍ ସହିତ ଜୋରଦାର ଧକ୍କା ହୋଇଥିଲା। ଦୁର୍ଘଟଣା ଘଟିଥିବା ବାଇକ୍ ରେ ଉତ୍କେଲା ପଞ୍ଚାୟତ କୋକୋଡମାଲ୍ ପାଖ କନ୍ଧେଇମାଲ୍ ଦୁଇ ଯୁବକ ବୋଲି ସୂଚନା ମିଳିଛି। ଘଟଣା ସ୍ଥଳରେ ଜଣକ ଙ୍କ ମୃତ୍ୟୁ ଘଟିଥିଲା ମୃତ ନାବାଳକ ଜଣକ ଆକାଶ ଜାଲ (୧୪) ଏବଂ ଗୁରୁତର ଥିବା ଯୁବକ ଟି ପଙ୍କଜ ଜାଲ (୨୩ ) ବୋଲି ଜଣାପଡ଼ିଛି। ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ଘଟଣା ସ୍ଥଳରେ ହିଁ ଆକାଶ ଙ୍କ ମୃତ୍ୟୁ ଘଟିଥିଲା ଓ ପଙ୍କଜ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ବିଷୟରେ ଜାଣିପାରି ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରି କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଆକାଶ ଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଥିବା ପଙ୍କଜ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି। ଅନ୍ୟପଟେ ସ୍କୁଲ ଭେନ୍ ଭିତରେ ରେ ପ୍ରାୟ ୩୦ ଜଣ ଛୋଟ ଛୁଆ ବସି ଥିଲେ ଏତେବଡ଼ ଦୁର୍ଘଟଣା ପରେ ମଧ୍ୟ ୩୦ ଜଣ ଛୁଆ ସୁରକ୍ଷିତ ଅଛନ୍ତି । ବାଇକ୍ ଯୋଗେ ଆସୁଥିବା ଦୁଇ ଜଣ ଯୁବକ ମାନେ ଗୋଟିଏ ପରିବାର ର ଦୁଇ ଭାଈ ବୋଲି ଜଣାପଡ଼ିଛି। ଦୁର୍ଘଟଣା ଘଟାଇଥିବା ସ୍କୁଲ ଭେନ୍ ଡ଼୍ରାଇଭର ଟି ଘଟଣା ସ୍ଥଳରୁ ଭେନ୍ ଛାଡି ଫେରାର ମାରିଥିବାବେଳେ ଦୁର୍ଘଟନା ସ୍ଥଳକୁ ଗ୍ରାମବାସୀ ଓ ପରିବାର ବର୍ଗ ମେର୍ଶି ସ୍କୁଲ କୁ ଆସି କର୍ତ୍ତୃପକ୍ଷ ଙ୍କୁ କ୍ଷତିପୁରଣ ଦାବୀ କରିଛନ୍ତି ଫଳରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଜାରି ରଖିଛନ୍ତି। ବର୍ତ୍ତମାନ୍ ଦୁର୍ଘଟଣା ସ୍ଥଳରେ କେସିଙ୍ଗା ପୋଲିସ ଏବଂ ଭବାନୀପାଟଣା ପୋଲିସ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି।
