ନିଶାନ ବାର କୁ ସ୍ଥାନାନ୍ତର ପାଇଁ ଦେଇଥିବା ଏନ ଓ ସି କୁ ବିଜ୍ଞାପିତ ଅଞ୍ଚଳ ପରିଷଦ କଲା ବାତିଲ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଗତ କିଛି ଦିନ ତଳେ ସହରର ବିଭିନ୍ନ ଗଣମାଧ୍ୟମରେ କେସିଙ୍ଗା ଆରଏମସି ରାସ୍ତାର ଶେଷ ମୁଣ୍ଡରେ ଥିବା ନିଶାନ ବାର (ବିଦେଶୀ ମଦ ଦୋକାନ) କେସିଙ୍ଗା ଟିଟଲାଗଡ ରାସ୍ତା କୁ ସ୍ଥାନାନ୍ତରିତ ହେବା ଖବର ପ୍ରସାରଣ ପରେ ଏହାକୁ ଅଞ୍ଚର ର ବୁଦ୍ଧିଜିବୀ ସମେତ ଅନେକ ସଂଗଠନ ବିରୋଧ କରିଛନ୍ତି ଓ ଏଥିପାଇଁ ଲୋକଙ୍କର ଏନ୍ଏସି ର କାର୍ଯ୍ୟପ୍ରଣାଳୀ ପ୍ରତି ବଢ଼ିବାରେ ଲାଗିଛି ଅସନ୍ତୋଷ କାରଣ ବାର ସ୍ଥାନାନ୍ତର ବିନା ଏନ୍ଏସି ର ଏନ୍ଓସି ରେ ହୋଇ ପାରିବ ନାହିଁ। ପ୍ରସ୍ତାବିତ ନୂତନ ସ୍ଥାନଟି କେସିଙ୍ଗା ଟିଟଲାଗଡ ରାସ୍ତା ଉପରେ ହେଉଛି ପୁଣି ମଝିପଡ଼ା, ଗୌନ୍ତିଆ ପଡ଼ା, ଗାୟତ୍ରୀ ନଗର , ଓମ୍ ନଗର ପାଖ ହେବା ସାଙ୍ଗକୁ ପ୍ରତିଦିନ ସହରର ମାଁ ଭଉଣୀ, ଛୋଟ ଛୁଆ, ବୟସ୍କ ଲୋକମାନେ ତେଲ ନଦୀର ପ୍ରାକୃତିକ ସୋନ୍ଦର୍ଯ୍ୟ ଉପଭୋଗ କରିବା ସହିତ ଆମୋଦ ପ୍ରମୋଦ ପାଇଁ ସଦାବେଳେ ଉକ୍ତ ସ୍ଥାନରେ ଭିଡ଼ ଜମାଇ ଥାନ୍ତି ଯାହାକି ଭବିଷ୍ୟତ ରେ କେସିଙ୍ଗା ବାସୀ ଙ୍କୁ ଅନେକ ଅସୁବିଧା ହେବା ସାଙ୍ଗରେ କିଛି ଅପ୍ରତିକର ପରିସ୍ଥିତି ସୃଷ୍ଟି ର ସନ୍ଦେହ ନେଇ କେସିଙ୍ଗା ସିଟିଜନ ଫୋରମ୍ ପକ୍ଷରୁ କେସିଙ୍ଗା ଏନ୍ ଏ ସି କୁ ପତ୍ର ଲେଖି ଉକ୍ତ ସ୍ଥାନକୁ ବାର ସ୍ଥାନାନ୍ତର କୁ ବାତିଲ କରିବା ପାଇଁ ଅନୁରୋଧ କରାଯିବା ସହିତ ତାହାର କାରଣ ମଧ୍ୟ ଦର୍ଶା ଯାଇଛି। ବିଗତ ଦୁଇ ଚାରି ଦିନ ହେଲାଣି ଉକ୍ତ ବିଷୟ ଉପରେ ସହରରେ ଜୋର୍ ଦାର ଚର୍ଚ୍ଚା ହେଇଥିବା ବେଳେ ସାମାଜିକ ଗଣମାଧ୍ୟମ ରେ ପ୍ରବଳ ବିରୋଧ ମଧ୍ୟ ଦେଖିବାକୁ ମିଳୁଛି। ଏନ୍ଏସି ଉକ୍ତ ସ୍ଥାନରେ ବାର ଖୋଲିବା ପାଇଁ କିପରି ଏନ୍ଓସି ଦେଲା ତାହା ଚର୍ଚ୍ଚା ର ବିଷୟ ପାଲଟିଥିଲା। ଶନିବାର ଦିନ ସିଟିଜନ ଫୋରମ୍ ର ଚିଠି ଏବଂ ସାମାଜିକ ଗଣମାଧ୍ୟମ ରେ ଏହାର ପ୍ରବଳ ବିରୋଧ କୁ ଦୃଷ୍ଟି ରେ ରଖି ରବିବାର ଦିନ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆଗରୁ ବାର ଖୋଲିବା ପାଇଁ ଦିଆଯାଇଥିବା ଏନଓସି କୁ ତତ୍କାଳ ପ୍ରଭାବରେ ବାତିଲ କରିବା ସହ ସଙ୍ଗେ ସଙ୍ଗେ ରବିବାର ଦିନ ଜିଲ୍ଲା ଅବକାରୀ ଅଧିକ୍ଷକ ଙ୍କୁ ପତ୍ର ଲେଖି ବିଜ୍ଞାପିତ ଅଞ୍ଚଳ ପରିଷଦ ର ବାତିଲ ନିଷ୍ପତି କୁ ଜଣାଇ ଦିଆଯାଇଛି ବୋଲି ନଗରପାଳ ନୃପରାଜ ଯାଦବ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *