ସାପ କାମୁଡା ରେ ମହିଳା ମୃତ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପାତ୍ର ସାହିରେ ସାପ କାମୁଡା ରେ ମହିଳା ମୃତ ଘଟିଛି. ମୃତ ମହିଳା ଜଣକ ଏ. ମାଳତୀ ରାଓ ବୋଲି ଜଣାପଡିଛି। ସୂଚନା ଅନୁଯାଇ ପାପଡାହାଣ୍ଡି ଗ୍ରାମର ଏ. ମାଳତୀ ରାଓ ଶୁକ୍ରବାର ଦିନ ରାତ୍ରିଶୋଇପଡିବା ସମୟରେ ଏକ ବିଷାକ୍ତ ସାପ ତାଙ୍କ ଗୋଡ଼ ରେ କାମୁଡି ଦେଇଥିଲା. ଘରେ ସେ ଜଣେ ରହିଥିବା ଯୋଗୁ ସେ ଆଖପାଖ ପୋଡ଼ସୀ କୁ ଜଣେଇବା ପରେ ପୋଡ଼ସୀ ଏକ ଅଟୋ ଯୋଗେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ. ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଯୋଗୁ ଡାକ୍ତର ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାଂତର କରିଥିଲେ. ନବରଙ୍ଗପୁର ଜିଲ୍ଲା ମେଡିକାଲ ରେ ଡାକ୍ତର ଏ. ମାଳତୀ ରାଓ କୁ ମୃତ ଘୋଷଣା କରିଥିଲେ.ଏନେଇ ମାଳତୀ ଙ୍କ ଭଣଜା ଏନ. ଜନାର୍ଦନ ରାଓ ପାପଡାହାଣ୍ଡି ଥାନା ରେ ଲିଖିତ ରିପୋର୍ଟ ଦାୟର କରିଥିଲେ.ଲିଖିତ ଅଭିଯୋଗ ଅନୁଯାଇ ପାପଡାହାଣ୍ଡି ଥାନା ରେ eka ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

Leave a Reply

Your email address will not be published. Required fields are marked *