ରାୟଗଡା/କ୍ରାନ୍ତିକ୍ଷେତ୍ର(ପ୍ରଶାନ୍ତ କୁମାର ସେନାପତି) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣୀପଙ୍ଗା ପଞ୍ଚାୟତ ର ତାଡିଝୋଲା ଗାଁ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇଁ ଡହକ ବିକଳ ହୋଇ ପଡୁଛନ୍ତି। ଏହି ଗାଁ ହେଉଛି ଦୃଗମା ପାହାଡ଼ ଘେରା ଗାଁ, ଏଠାରେ ପ୍ରାୟ ୨୨ ପରିବାର ବସବାସ କରୁଥିବା ବେଳେ ଜନସଂଖ୍ୟା ୨ ଶହରୁ ଉର୍ଦ୍ଧ ହେବେ। ଏଠାକାର ଲୋକମାନେ ଖରା ବର୍ଷା ଶୀତ କାକରରେ ଖଣ୍ଡିଏ ବିଶୁଦ୍ଧ ପାନୀୟ ଜଳ ପାଇଁ ଗାଧେଇବା ଠାରୁ ରୋଷେଇ କରିବା ବାସନ କୁସନ ମାଜିବା, ପ୍ରଯ୍ୟନ୍ତ ଗାଁ ପାଖରେ ଥିବା ନାଳ ପାଣି ଉପରେ ନିର୍ଭର କରିଥାନ୍ତି, ନାଳ ପାଣିକୁ ଛୁଆଁ ଖୁଳି ନିଜର ଜୀବନ ବିତାଉଛନ୍ତି,ଏହି ନାଳ ପାଣି କୁ ବ୍ୟବହାର କରିବା ଦ୍ୱାରା ଛୋଟ ପିଲାଠୁ ଆରମ୍ଭ କରି ବଡ ଲୋକ ପ୍ରଯ୍ୟନ୍ତ ଜୋର, ପେଟ ବଥା ଝାଡା ବାନ୍ତି, କାଛୁ କୁଣ୍ଡିଆ ଅନେକ ରୋଗରେ ଆକ୍ରାନ୍ତ ହୋଇପଡୁ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଠାକାର ଲୋକମାନେ ପୂର୍ବରୁ ଗାଁ ପାଖରେ ଥିବା ନାଳର ଝର ପାଣିକୁ ଏକ ପାଇପ ନଳା ସାହାଯ୍ୟରେ ଗାଁ ଭିତରୁକୁ ଆଣି ଏକ ସିମେଣ୍ଟ କୁଣ୍ଡ କରି ପାଣି କୁ ବ୍ୟବହାର କରୁଥିଲେ ସେଇଠା ମଧ୍ୟ ଦୀର୍ଘଦିନ ହେଲାଣି ବନ୍ଦ ହୋଇ ଯାଇଛି, କିଛି ମାସ ହେବ ଗାଁରେ ଗୋଟିଏ ନଳକୂପ ଖଳା ଯାଇଛି ବର୍ତ୍ତମାନ ସୁଦ୍ଧା ନଳ ବସା ଯାଇ,ନାହିଁ,ଏଠାକାର ଲୋକମାନେ ବର୍ଷ ବର୍ଷ ସଂଖ୍ୟା ଧାରି ଏହିଭଳି ସମସ୍ୟା ଦେଇ ଗତିକରୁଛନ୍ତି, ସରକାର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ଅନେକ ପ୍ରକାର ଯୋଜନା ପ୍ରସ୍ତୁତ କରି ପ୍ରତି ଗ୍ରାମାଞ୍ଚଳ ପାଇଁ କୋଟି କୋଟି କରୁଛନ୍ତି କିନ୍ତୁ ଏହି ଅଞ୍ଚଳର ବାସ୍ତବ ଚିତ୍ର କହିଲେ, ଯୋଜନା ଦିଗହରା ହୋଇପଡୁଛି, କେବେ ଖଣ୍ଡିଏ ସୁଧ ବିଶୁଦ୍ଧ ପାନୀୟ ଜଳ ସରକାର ଜଗାଇ ଦେଇ ପାରିବେ ଗ୍ରାମର ଅଁଳା କାଡ୍ରାକା, ମଞ୍ଜିକା ଘାସାଇ,କାଡ୍ରା ଲଛମି, ମାଙ୍ଗାଲି ପ୍ରେପକ, ଲଛ କାଡ୍ରାକା, କୁନାକା ଇଡ଼କ, ରାଣୀ ମଞ୍ଜିକା, ଫୁଲମତି କାଡ୍ରାକା, ମଙ୍ଗାଲି କାଡ୍ରାକା ଦାବୀ, ପିଉ କାଡ୍ରାକା ପ୍ରମୁଖ ଗ୍ରାମବାସୀ ଦାବୀକରିଛନ୍ତି
