ସରକାରୀ ଏସ୍‌ଏସ୍‌ଡି ମହାବିଦ୍ୟାଳୟରେ ‘ନଶା ମୁକ୍ତ ଯୁବ’ ସଚେତନତା କାର୍ଯ୍ୟକ୍ରମ

ରାୟଗଡ/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ସମାଜରେ ନିଶାସେବନର କୁପ୍ରଭାବ ସମ୍ପର୍କରେ ଯୁବପିଢ଼ିଙ୍କୁ ସଚେତନ କରିବା ଏବଂ ଏକ ନିଶାମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ରାୟଗଡ ଜିଲ୍ଲାରେ ‘ନଶା ମୁକ୍ତ ଯୁବ – ବିକଶିତ ଭାରତ ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଏକ ସଚେତନତା କାର୍ଯ୍ୟକ୍ରମ ଆଜି ସରକାରୀ ଏସ୍‌ଏସ୍‌ଡି ମହାବିଦ୍ୟାଳୟ, କୈଳାଶପୁରଠାରେ ଅନୁଷ୍ଠିତ ହୋଇଯାଇଛି। ମାଇ ଭାରତ, ରାୟଗଡ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ  ସୁନୀଲ ପାଢ଼ୀଙ୍କ ସମେତ ମହାବିଦ୍ୟାଳୟର ବିଭିନ୍ନ ଅଧ୍ୟାପକ-ଅଧ୍ୟାପିକା ଯୋଗଦେଇଥିଲେ। ଜିଲ୍ଲା ଯୁବ ଅଧିକାରୀ କିଶୋର ଭେମୁଲୱାଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଶାଦ୍ରବ୍ୟ ସେବନର କୁପ୍ରଭାବ ଏବଂ ଏହା ଯୁବପିଢ଼ି, ପରିବାର ଓ ସମାଜ ଉପରେ ପକାଉଥିବା ନକାରାତ୍ମକ ପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। କାର୍ଯ୍ୟକ୍ରମରେ ସ୍ଲୋଗାନ ଲେଖନ, କୁଇଜ୍‌ ପ୍ରତିଯୋଗିତା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀମାନେ ‘ନଶା ମୁକ୍ତି ଶପଥ’ ଗ୍ରହଣ କରିବା ସହ ଜାତୀୟ ସଙ୍ଗୀତ ପରିବେଷଣ କରିଥିଲେ। ନିଶା ବିରୋଧୀ ସଚେତନତା ସୃଷ୍ଟି ପାଇଁ ଏକ ସ୍ୱାକ୍ଷର ଅଭିଯାନ ମଧ୍ୟ ଆୟୋଜିତ ହୋଇଥିଲା। ପରେ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ନେଇ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଯୋଗଦେଇ ନିଶାମୁକ୍ତ ସମାଜ ଗଠନ ପାଇଁ ସଂକଳ୍ପବଦ୍ଧ ହୋଇଥିଲେ। ନିଶାମୁକ୍ତ ଯୁବପିଢ଼ି ହିଁ ସୁସ୍ଥ, ସଶକ୍ତ ଓ ବିକଶିତ ଭାରତର ମୂଳ ଆଧାର। ତେଣୁ ନିଶା ବିରୋଧୀ ସଚେତନତାକୁ ଜନଆନ୍ଦୋଳନରେ ପରିଣତ କରିବା ସହ ଯୁବପିଢ଼ିଙ୍କୁ ଏ ଦିଗରେ ଅଧିକ ସକ୍ରିୟ କରିବା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା।

Leave a Reply

Your email address will not be published. Required fields are marked *