ଅସୁସ୍ଥ ଲଳିତ ପାରିଙ୍କୁ ପଣ୍ଡରା ମାଳି ସମାଜର ଆର୍ଥିକ ସହାୟତା

ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରୁ ଏକ ମାନବିକତାର ଖବର ସାମ୍ନାକୁ ଆସିଛି। ପଣ୍ଡରା ମାଳି ସମାଜ, ଯୁବ ବାହିନୀ ଓ ସେବାସଂଘ ପକ୍ଷରୁ ଗାଡ଼ିଆଜୋର ଗ୍ରାମର ଅସୁସ୍ଥ ଲଳିତ ପାରିଙ୍କୁ ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ପ୍ରାପ୍ତ ସୂଚନା ମୁତାବକ, ଲଳିତ ପାରି ଦୀର୍ଘ ପ୍ରାୟ ୯ ମାସ ହେବ ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ନ୍ୟୁରୋଲୋଜି ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏଯାବତ୍ ତାଙ୍କ ଚିକିତ୍ସାରେ ବହୁ ଅର୍ଥ ଖର୍ଚ୍ଚ ହୋଇସାରିଥିବା ବେଳେ ଆଗାମୀ ଚିକିତ୍ସା ପାଇଁ ଆହୁରି ଅଧିକ ଅର୍ଥର ଆବଶ୍ୟକତା ରହିଛି। ମାତ୍ର ପରିବାରର ଆର୍ଥିକ ସ୍ଥିତି ଅତି ଦୁର୍ବଳ ଥିବାରୁ ସେ ସମାଜର ସହଯୋଗ ଲୋଡ଼ିଥିଲେ। ଏହି ଖବର ପାଇବା ପରେ ପଣ୍ଡରା ମାଳି ସମାଜ, ଯୁବ ବାହିନୀ ଓ ସେବାସଂଘର କର୍ମକର୍ତ୍ତାମାନେ ମାନବିକତା ଦୃଷ୍ଟିରୁ ସହଯୋଗର ହାତ ବଢ଼ାଇଥିଲେ ଏବଂ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆ ଏବଂ ଆଇନ ପରାମର୍ଶଦାତା ଦୁର୍ଗା ପ୍ରସାଦ ନାଏକଙ୍କ ପ୍ରମୁଖ ନେତୃତ୍ୱରେ ସମାଜର କର୍ମକର୍ତ୍ତାମାନେ ସିଧାସଳଖ ଲଳିତ ପାରିଙ୍କ ବାସଭବନରେ ପହଞ୍ଚି ଏହି ସହାୟତା ପ୍ରଦାନ କରିଥିଲେ। ଏହି ସମାଜସେବା କାର୍ଯ୍ୟକ୍ରମରେ କୁଳପତି ପ୍ରକାଶ ନାଏକ, ସଭାପତି ଈଶ୍ୱର ପୂଜାରୀ, ଉପସଭାପତି ରାଜେନ୍ଦ୍ର ଭୋଇ, ରତନ ନାଏକ, ଶ୍ରବଣ ପୂଜାରୀ, ଝସକେତନ ପାରି, ଲକ୍ଷ୍ମୀଧର ନାଏକ, ପ୍ରକାଶ ନାଏକ, ସୁମିତ ବଣିଆ, ଶ୍ରୀକାନ୍ତ ନାଏକଙ୍କ ସମେତ ସମାଜର ବହୁ ବିଶିଷ୍ଟ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। ସମାଜର ଏପରି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *