ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରାୟଗଡ଼ା ସହରର ବ୍ରାହ୍ମଣ ସାହି ନିକଟସ୍ଥ ଡିଡବ୍ଲ୍ୟୁଓ କାର୍ଯ୍ୟାଳୟ ନିକଟରେ ଥିବା ଏକ ଟ୍ରାନ୍ସଫର୍ମର ନିକଟରେ ବିଦ୍ୟୁତ୍ ଆଘାତରେ ଏକ ଗାଈର ମୃତ୍ୟୁ ଘଟିଛି। ଘଟଣା ସମ୍ପର୍କରେ ଖବର ପାଇ ଟାଟା ପାୱାରର କର୍ମଚାରୀମାନେ ପହଞ୍ଚି ପ୍ରଥମେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଥିଲେ। ପରେ ମୃତ ଗାଈଟିକୁ ସେଠାରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ବିଦ୍ୟୁତ୍ ଉପକରଣ ନିକଟରେ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
