କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର କଲମପୁର ସଭାଗୃହ ଠାରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଚାଷୀ ମାନଙ୍କୁ ନେଇ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଆଜି ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଇନ୍ଦ୍ରାବତୀ ଫାର୍ମର୍ସ ପ୍ରଡୁସର କମ୍ପାନୀ ଲିଃ. ମିନଗୁର ଦ୍ୱାରା ଆୟୋଜିତ ଏବଂ ଧନପୁର ପ୍ରଡ୍ୟୁସର ଗ୍ରୁପ ସହଯୋଗରେ ହୋଇଥିବା ଏହି ଶିବିରରେରେ ଲୋ ଜି. ଆଇ ଧାନ ଚାଷ ସହ ପରିଚାଳନା ବିଷୟରେ ମହିଳା ଚାଷୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଏହି ତାଲିମ ଶିବିରରେ ବ୍ଲକ କୃଷି ଅଧିକାରୀ ଅଜୟ କୁମାର ବେମାଲ, ବିଟିଏମ ଆଶିଷ ପାଟିଲ, ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକ ଡାଃ . ଅଶୋକ କୁମାର ଯାଦବ, ସଂଯୋଜକ ଶକ୍ତି ପଟ୍ଟନାୟକ ଯୋଗ ଦେଇ ଲୋ ଜି. ଆଇ ଧାନ ଚାଷର ବିହନ ବିଶୋଧନ, ଜଳ ପରିଚାଳନା, ତଳିଘେରା ପ୍ରସ୍ତୁତି, ଘାସ ପରିଚାଳନା ଏବଂ ପ୍ରାକୃତିକ ଉପାୟରେ ସାର ଓ ରୋଗ ପୋକ ନିୟନ୍ତ୍ରଣ ଉପରେ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ ଶିବିରକୁ ଇନ୍ଦ୍ରାବତୀ ଫାର୍ମର୍ସ ପ୍ରଡୁସର କମ୍ପାନୀ ଲିଃ. ର ପରିଚାଳନା ନିର୍ଦ୍ଦେଶକ ଧନଞ୍ଜୟ ସାହୁ ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷ ହୃଷିକେଶ ବେହେରା, ନିର୍ଦ୍ଦେଶକ ଲଳିତ କୁମାର ବିଶି, ବେଦପ୍ରକାଶ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।
