ଦଣ୍ଡପାଟ ସାମ୍ବାଦିକ ସଂଘ ର ନୂଆଖାଇ ଭେଟଘାଟ 

ବେହେରା/କ୍ରାନ୍ତିକ୍ଷେତ୍ର (ପଦ୍ମବନ ବେମାଲ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଛଞ୍ଚାଣବାହେଲି ଧାନ ମଣ୍ଡିଠାରେ ଦଣ୍ଡପାଟ ଅଞ୍ଚଳ ସାମ୍ବାଦିକ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇର ଏହି ଶୁଭ ଅବସରରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ଏକତ୍ରିତ ହୋଇ ପରସ୍ପରକୁ ‘ନୂଆଁଖାଇ ଜୁହାର’ ଜଣାଇବା ସହ ଆଞ୍ଚଳିର ବିକାଶ ଦିଗରେ ସାମ୍ବାଦିକମାନଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ। ଏହି  କାର୍ଯ୍ୟକ୍ରମରେ ଦଣ୍ଡପାଟ ଅଞ୍ଚଳର ସମସ୍ତ ବରିଷ୍ଠ ଓ ଯୁବ ସାମ୍ବାଦିକ ସାମିଲ ହୋଇଥିଲେ। ଦୈନନ୍ଦିନ ଖବର ସଂଗ୍ରହର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ସାମ୍ବାଦିକମାନେ ଏହି ପାରିବାରିକ ମାହୋଲରେ ଭାତୃଭାବର ବାର୍ତ୍ତା ବାଣ୍ଟିଥିଲେ। ଉତ୍ସବ ମଧ୍ୟରେ ଅଞ୍ଚଳର ବିଭିନ୍ନ ଜ୍ୱଳନ୍ତ ଓ ମୌଳିକ ସମସ୍ୟାକୁ ନେଇ ଏକ ବୌଦ୍ଧିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ଆଶୁତୋଷ ରାଉତ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଲକ୍ଷ୍ୟଜ୍ୟୋତି ଜାଲ, ସୁବାସ ବାଗ, ସାମ୍ବାଦିକ ଖଗପତି ନାଏକ, ପଦ୍ମନ ବେମାଲ ଯୋଗଦେଇ ସାମ୍ବାଦିକମାନେ ମିଳିତ ଭାବେ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ କୃଷି ସମସ୍ୟା ଉପରେ ବ୍ୟାପକ ଭାବେ ଖବର ପ୍ରସାରଣ କରିବା ପାଇଁ ମତ ପ୍ରକାଶ କରିଥିଲେ। ସ୍ଥାନୀୟ ଜନସାଧାରଣଙ୍କ ସ୍ୱର ସାଜି ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ୟାର ସମାଧାନ ପାଇଁ ସମସ୍ତେ ନିଜ ନିଜର ବକ୍ତବ୍ୟ ରଖିଥିବା ବେଳେ ସାମ୍ବାଦିକ ଯଦୁମଣି ଦୁର୍ଗା, ଉପେନ୍ଦ୍ର ନାଏକ, ଦିଲୀପ ଦୁରିଆ, ଚିତ୍ତରଞ୍ଜନ ନାଏକ, ରାଜେଶ ନାଏକ, ହୁକିମ ବିଶି, ଖଗପତି ନାଏକ, ପ୍ରଦୀପ ସେଠିଆ, ଆମୋଜ ଧରୁଆ, ଉଦିତ ଠାକୁର ପ୍ରମୁଖ ଗ୍ରାମାଞ୍ଚଳର ବିକାଶ ପାଇଁ ଗଣମାଧ୍ୟମର ସକାରାତ୍ମକ ଭୂମିକା ରହିବା ଆବଶ୍ୟକ ବୋଲି ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମକୁ ସାମ୍ବାଦିକ ରୁପେନ୍ଦ୍ର ସୁନାନି ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *