୨୮ ଦିନରେ ପହଞ୍ଚିଲା ସଇଁତଲା କୁ ଏନ୍.ଏ.ସି ମାନ୍ୟତା ଦାବି

ବଲାଙ୍ଗୀର /କ୍ରାନ୍ତିକ୍ଷେତ୍ର (ଚୌଧୀରି ସାହୁ ) : ସଇଁତଲା କୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍.ଏ.ସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଆନ୍ଦୋଳନ ଆଜି ୨୮ ଦିନରେ ପହଞ୍ଚିଛି। ଦୀର୍ଘ ଦିନ ଧରି ସଇଁତଲା ବାସୀ ଏହି ଦାବି କରି ଆସୁଥିବା ବେଳେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ପ୍ରାଥୀ ବୀରେନ୍ଦ୍ର ବାଗ ଏବଂ ତାଙ୍କ ଶତାଧିକ କର୍ମୀ ସାମିଲ ହୋଇଛନ୍ତି। ସଇଁତଲା ହେଉଛି ବଲାଙ୍ଗୀର ଜିଲ୍ଲାର ଏକ ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର। ଜନସଂଖ୍ୟା ଏବଂ ବ୍ୟବସାୟ ଦୃଷ୍ଟିରୁ ସଇଁତଲା ଏନ୍.ଏ.ସି ହେବା ପାଇଁ ସମସ୍ତ ଯୋଗ୍ୟତା ପୂରଣ କରୁଛି। ଏନ୍.ଏ.ସି ମାନ୍ୟତା ମିଳିଲେ ଅଞ୍ଚଳର ବିକାଶ ତ୍ୱରାନ୍ୱିତ ହେବ ଏବଂ ଏହା କେବଳ ଏକ ଦାବି ନୁହେଁ ଏହା ସଇଁତଳା ବାସୀଙ୍କ ହକ । ଯେ ପର୍ଯ୍ୟନ୍ତ ସରକାର ଏହି ଦାବି ନ ଶୁଣୁଛନ୍ତି, ଆମର କଂଗ୍ରେସ ଦଳ ଆନ୍ଦୋଳନ ସହିତ ରହିବ ସଇଁତଳା କୁ ଏନ ଏ ସି ମାନ୍ୟତା ପାଇଁ ବିଧାୟକ ବିଧାନସଭା ରେ ପ୍ରଶ୍ନ କରନ୍ତୁ ଓ ସ୍ଥାନୀୟ ବିଧାୟକ ଏ ପର୍ଯ୍ୟନ୍ତ ସଇଁତଳା ଏନଏସି ଆନ୍ଦୋଳନ କୁ ନ ପହଂଚିବା ଅତି ନିନ୍ଦନୀୟ ଜନତାଙ୍କ ସ୍ୱର ପାଇଁ ତାଙ୍କର ଅଧିକାର ପାଇଁ ଇଏତିହାସିକ ଗଣ ଧାରଣା ହେଲେ ବିଧାୟକ ସମ୍ବଲପୁରୀ ଅରକେଷ୍ଟା ରେ ବ୍ୟସ୍ତ ସଇଁତଳା ଧାରଣା କୁ ନ ଆସିବା ନିନ୍ଦନୀୟ ବୋଲି ଶ୍ରୀବାଗ କହିଛନ୍ତି । ସରକାରଙ୍କ ନିକଟରେ ତୁରନ୍ତ ଦାବି ପୂରଣ କରିବାକୁ ମଧ୍ୟ ଶ୍ରୀବାଗ ଅନୁରୋଧ କରିଛନ୍ତି। ଦାବି ପୂରଣ ନ ହେବା ଯାଏଁ କଂଗ୍ରେସ ଦଳ ଏହି ଆନ୍ଦୋଳନ ରେ ସାମିଲ ରହିବ ବୋଲି ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *