ଛନଛଡ଼ାରେ ଗାଁରେ ନୂଆଁଖାଇ ଭେଟଘାଟ

ବଲାଙ୍ଗୀର/କ୍ରାନ୍ତି କ୍ଷେତ୍ର (ଚୌଧୀରି ସାହୁ ) : ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଛନଛଡ଼ା ଗାଁରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ବେଶ୍ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉମାକାନ୍ତ ବାରି ମେଲୋଡି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ କଳାକାର ଓ ଅତିଥିମାନେ ଯୋଗଦେଇଥିବା ବେଳେ ମନୋରଞ୍ଜନଭରା ସଙ୍ଗୀତରେ ଦର୍ଶକମାନେ ମତୁଆଲା ହୋଇଥିଲେ। ଗାଁରେ ଦୀର୍ଘ ସମୟ ଧରି ଉତ୍ସବମୁଖର ପରିବେଶ ଲାଗି ରହିଥିଲା।  ଭେଟଘାଟ କାର୍ଯ୍ୟକ୍ରମରେ ଦୂରଦୂରାନ୍ତରୁ ବହୁ ସଂଖ୍ୟାରେ ଲୋକେ ଯୋଗଦେଇଥିଲେ। ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ପୂରା ଛନଛଡ଼ାରେ ଗାଁ ଉତ୍ସବମୁଖର ହୋଇଉଠିଥିଲା। ନୂଆଁଖାଇର ଭାଇଚାରା ଓ ଆନନ୍ଦକୁ ନେଇ ସମସ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *