ରାସ୍ତା ଦୁର୍ଘଟଣାର କ୍ଷତି ପୂରଣ ଦାବି ପାଇଁ ରାସ୍ତାରୋକ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପତ୍ର ) : ଶାନ୍ତପୁର ଗ୍ରାମର କେତନ ଜାଲ କୌଣସି କାମରେ ଛତିଗୁଡା ଆସି କାମସାରି ସନ୍ଧ୍ୟାରେ ନିଜ ବାଇକ ଯୋଗେ ଘରକୁ ଫେରୁ ଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବଲକ କଣ୍ଟେନେର ଟ୍ରକ ସହିତ ମୁହାଁ ମୁଁହିଁ ଧକା ହୋଇ ଥିଲା । ଫଳରେ ତାଙ୍କ ବାଇକ ସହିତ ସେ ଟ୍ରକ ତଳେ ଚାପି ହୋଇ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଭବାନୀପାଟଣା ଡାକ୍ତରଖାନା କୁ ସଙ୍ଗେ ସଙ୍ଗେ ସ୍ଥାନାନ୍ତରିତ କରିଥିଲେ । ସେଠି ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଜାରି ରହିଛି। ତାଙ୍କ ପରିବାରର ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବା ବେଳେ ଗୋଟିଏ ପୁଅ ଦୁଇଟି ଝିଅ ଏବଂ ତାଙ୍କ ସ୍ତ୍ରୀ ଅଛନ୍ତି। କେତନ ଜାଲ ଜଣେ ଗରିବ ଶ୍ରେଣୀ ର ହୋଇ ଥିବା ବେଳେ ଚାଷ କରି ଘର ଚଳାଉ ଥିଲେ। ଦୁର୍ଘଟଣା କୁ ୨୪  ଘଣ୍ଟା ବିତି ଯାଇଥିଲେ ମଧ୍ୟ ଗାଡି ମାଲିକ କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଂଚି ନାହାନ୍ତି। ଏଣୁ ସ୍ଥାନୀୟ ଲୋକ ଏବଂ ପରିବାର ର ଲୋକ ଆଜି ଛତିଗୁଡା ଠାରେ ରାସ୍ତା ରୋକ କରିଛନ୍ତି। ସେମାନେ ଦାବି ରଖିଛନ୍ତି ଯେ ଯେପର୍ଯ୍ୟନ୍ତ ଗାଡି ମାଲିକ କିମ୍ବା ପ୍ରଶାସନ ଘଟଣା ସ୍ଥଳ କୁ ଆସି କ୍ଷତିପୂରଣ ରାଶି ଏବଂ ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ରାସ୍ତା ରୋକ ଜାରି ରହିବ। ରାସ୍ତା ରୋକ ଯୋଗୁଁ ରାସ୍ତା ର ଉଭୟ ପାର୍ଶ୍ଵ ରେ ଶହ ଶହ ଗାଡି ଅଟକି ରହିଛି ଯାହାକୁ ଫଳରେ ରାସ୍ତା ରେ ଯିବାକୁ ଥିବା ଲୋକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତିଏ। ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳ ରେ ପହଂଚି ନଥିବା ବେଳେ ନର୍ଲା ଥାନା ଅଧିକାରୀ ମାନେ ଘଟଣା ସ୍ଥଳ ରେ ଉପସ୍ଥିତ ରହି କୌଣସି ଅପ୍ରୀତିକର ପରିସ୍ଥିତି ପ୍ରତି ଧ୍ୟାନ ରଖିଛନ୍ତି।

Leave a Reply

Your email address will not be published. Required fields are marked *