ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : ଆଗାମୀ ଓଡ଼ିଶା ବନ୍ଦକୁ ନେଇ ଗୋଲାମୁଣ୍ଡା ବ୍ଲକ କଂଗ୍ରେସ ପକ୍ଷରୁ ସୋମବାର ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବ୍ଲକ କଂଗ୍ରେସ ସଭାପତି ନୌକେଶ୍ୱର ପୁଟେଲଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ବନ୍ଦ ପାଳନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ଓଡ଼ିଶା ବନ୍ଦ ସମୟରେ ଦଳୀୟ କର୍ମକର୍ତ୍ତା ଓ କର୍ମୀମାନଙ୍କ ଭୂମିକା, ସଂଗଠନକୁ ସମନ୍ୱିତ କରିବା ଏବଂ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବା ନେଇ ଆଲୋଚନା ହୋଇଥିଲା। ବ୍ଲକର ୨୮ଟି ଗ୍ରାମ ପଞ୍ଚାୟତର ସଭାପତିଙ୍କ ସମେତ ଦଳର ବିଭିନ୍ନ ସ୍ତରର କର୍ମକର୍ତ୍ତା ଓ କର୍ମୀମାନେ ଏଥିରେ ଯୋଗଦେଇଥିଲେ। ଏହି ଅବସରରେ ନୌକେଶ୍ୱର ପୁଟେଲ, ତୁଲେଶ୍ୱର ନାଏକ, ନରହରି ବାଗ, ଲବଜୀ ପୁଟେଲ, ଜୟରାମ ସୁନା, ଆକାଶ ସୁନା, ଲମ୍ବୁ ଜାଲ, ଦେବରାଜ ଭାଟି, କୁରୁକ୍ଷେତ୍ର ବନ୍ଧିଛୋଡ, ପୂର୍ବତନ ବ୍ଳକ ସଭାପତି ଜଗୁ ପ୍ରସାଦ ରାଉତ , ପ୍ରତିମା ସାଗରଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବୈଠକ ଶେଷରେ ଓଡ଼ିଶା ବନ୍ଦ ସମୟରେ ଦଳୀୟ ଶୃଙ୍ଖଳା ବଜାୟ ରଖିବା ସହ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନରେ ସାମିଲ ହେବାକୁ କର୍ମୀମାନଙ୍କୁ ଆହ୍ୱାନ ଦିଆଯାଇଥିଲା।
