ସରକାରୀ ଜମି ଚିହ୍ନଟ ଲାଗି ତହସିଲଦାରଙ୍କୁ ଦାବିପତ୍ର

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଳକ ମୋଟେର ପଞ୍ଚାୟତ ସଦର ବସଷ୍ଟାଣ୍ଡ ନିକଟରେ ଅନେକ ଲୋକ ସରକାରୀ ଜମି ଜବରଦଖଲ କରି ରଖିଛନ୍ତି। ଏହାକୁ ଉଚ୍ଛେଦ କରିବା ସହ ସରକାରୀ ଜମି ଚିହ୍ନଟ କରିବା ପାଇଁ ଆଜି ନାଏବ ସରପଞ୍ଚ କୋକସରା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ମୋଟେର ବସଷ୍ଟାଣ୍ଡ ନିକଟରେ ଏକ ଅମୃତଧାର ଓ ଶୌଚାଳୟ ପାଇଁ ଅଞ୍ଚଳବାସୀ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ। ବର୍ତ୍ତମାନ ତାହା ଅନୁମୋଦନ ହୋଇଛି। କିନ୍ତୁ ବସଷ୍ଟାଣ୍ଡ ନିକଟରେ ଅନେକ ଲୋକ ସରକାରୀ ଜାଗା ଅକ୍ତିଆର କରିବା ସହ ଦୋକାନ କରିଥିବାରୁ ଶୌଚାଳୟ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇ ପାରୁନାହିଁ। ଏବଂ କାମ ଆରମ୍ଭ ହୋଇପାରୁନାହିଁ। ତେଣୁ ମୋଟେର ଗ୍ରାମର ସରକାରୀ ଜାଗା ଚିହ୍ନଟ କରିବା ପାଇଁ ସରପଞ୍ଚ ବାସନ୍ତୀ ନାଏକଙ୍କ ତତ୍ବାବଧାନରେ ନାଏବ ସରପଞ୍ଚ ପଲ୍ଲବୀ ପାଲ ଆଜି କୋକସରା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ସିଘ୍ର ଏହାର ପଦକ୍ଷେପ ନେବା ସହ ଜମି ଚିହ୍ନଟ କରି ପଞ୍ଚାୟତକୁ ହସ୍ତାନ୍ତର କରିବା ନେଇ ଦାବି କରିଥିବା ଜଣାପଡିଛି।