ସମ୍ବିଧାନର ମୌଳିକ କର୍ତ୍ତବ୍ୟ ଉପରେ ସଚେତନତା ଶିବିର

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : ଆଜି ତାଲୁକ ଆଇନ ସେବା ସମିତି କେସିଙ୍ଗା ତରଫରୁ ସ୍ଥାନୀୟ ଅଦାଲତ ପରିସରରେ ଏକ ଆଇନ ସଚେତନତା ଶିବିର ” ସମ୍ବିଧାନର ମୌଳିକ କର୍ତ୍ତବ୍ୟ” ଉପରେ ଆୟୋଜିତ ହୋଇଯାଇଛି। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ତଥା ଅଧ୍ୟକ୍ଷା ତାଲୁକ ଆଇନ ସେବାସମିତି କେସିଙ୍ଗା ଦୀପ୍ତା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ସହକାରୀ ସରକାରୀ ଓକିଲ ପ୍ରକାଶ କୁମାର ଦାସ,ଓକିଲ ସଂଘ ସଂପାଦକ ଯୁଗଳ କିଶୋର ଦୀପ,ସମ୍ମୁଖ କାର୍ଯ୍ୟାଳୟ ଆଇନ ପରାମର୍ଶଦାତା ସୁକାନ୍ତ କୁମାର ପଧାନ, ବରିଷ୍ଠ ଆଇନଜୀବି ସନ୍ତୋଷ କୁମାର ଦାସ,ଆଲୋକ ରଂଜନ ଦାସ, ସୌରରଶ୍ମି ନନ୍ଦ, ଗୋଲକ ବିହାରୀ ପ୍ରଧାନ,ରଞ୍ଜିତ କୁମାର ଷଡଙ୍ଗୀଙ୍କ ସମେତ ଓକିଲ ସଂଘର ଅନ୍ୟ ବରିଷ୍ଠ ଆଇନଜୀବି ବୃନ୍ଦ ଉପସ୍ଥିତ ଥିଲେ।ଏତଦବ୍ୟତୀତ ସାଧାରଣ ଜନତା, ପାରାଲିଗାଲ୍ ସ୍ୱେଚ୍ଛାସେବୀ ସନ୍ତୋଷ ଦଣ୍ଡସେନା ଓ ତାଙ୍କ ଟିମ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।