ଧବଲେଶ୍ଵର ପୀଠ ଧରପଗଡ଼ ଠାରେ ଶୀତଳ ଷଷ୍ଠୀ ଓ ନାମଯଜ୍ଞ

ସଇଁତଲା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଯାଜ୍ଞସେନୀ ବାଗ)  ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଧରପଗଡ଼ଠାରେ ଶୀତଳଷଷ୍ଠୀ ଉତ୍ସବ ତଥା ଶିବ ବିବାହ ସମ୍ପନ୍ନ ହୋଇଛି। ଧବଲେଶ୍ଵର ବାବାଙ୍କ ବିବାହ ଉତ୍ସବ ପାଇଁ କନ୍ୟା ପିତା, ପ୍ରେମରାଜ ପାଣ୍ଡେ ମାତା, ପଦ୍ମିନୀ ପାଣ୍ଡେଙ୍କ ଘରକୁ ପାର୍ବତୀଙ୍କୁ ନିଆଯାଇଥିଲା। ପିନ୍ଧାଣି କାର୍ଯ୍ୟ ସମାପନ ହେବାପରେ ବରାନୁଗମନ ହୋଇଥିଲା। ବର ପିତା, ରାଜୁ ବିଶି ମାତା, ସରୋଜିନୀ ବିଶିଙ୍କ ଘରୁ ପାରମ୍ପରିକ ବାଜା, ଦୁଲଦୁଲି, ତିଳେ ସହ ବରାଯାତ୍ରୀ ଦଳ ବାହାରିଥିଲେ। ଧରପଗଡ଼ ଗ୍ରାମ ପରିକ୍ରମା କରି କନ୍ୟା ଘରକୁ ଯାଇଥିଲେ। ଏଥିରେ ବହୁ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ରାତିରେ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିବାବେଳେ ପ୍ରଭୁ ମହାଦେବ ଓ ମାତା ପାର୍ବତୀ ଶ୍ରଦ୍ଧାଳୁଙ୍କୁ ଯୁଗଳ ଦର୍ଶନଦେଇ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି । ଶୀତଳ ଷଷ୍ଠି ଉପଲକ୍ଷେ ଅଷ୍ଟପ୍ରହର ନାମଯଜ୍ଞ କର୍ତ୍ତା ଭାଭରେ ବିଜୟ ବିଶି ଓ ତାଙ୍କ ଧର୍ମପତ୍ନୀ ଟିକି ବିଶି ଥିବାବେଳେ ଯଂଜ୍ଞ ପୂଜକ ଦାମୋଦର ଯୋଶୀ ଲୋମଦର ଯୋଶୀ ମନ୍ଦିର ପୂଜକ ରମେଶ ନୟକ ପ୍ରଭାସ ବାବୁ କମିଟି ସଭାପତି ଗୋପାଳ ଚନ୍ଦ୍ର ବାବୁ ସମ୍ପାଦକ ନୀଳାଚଳ ବାଗ, କୋଷାଧ୍ୟକ୍ଷ ଶେଷଦେବ ମାଝୀ ଦୁର୍ଯ୍ୟୋଧନ ଖେତୀ, ସତ୍ୟ ପଣ୍ଡା, ଡ଼ିକି କୁଅର, ଆନନ୍ଦ ଠାକୁର, ଭାଗରଥି ବେସ୍କା, ମୁନୁ ସିଂ ବାବୁ, ଅମରେନ୍ଦ୍ର ଯୋଶୀ ଓ ଗାଁ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସଯୋଗ କରିଥିଲେ।