ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଓ ସମାଧାନ ଶିବିର

ଧର୍ମଗଡ଼/ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ନେତୃତ୍ୱରେ ସୋମବାର ମାନଝରି ଗ୍ରାମ ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ୧୧୮ ଅଭିଯୋଗରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ସାମିଲ କରି ୪୨ ଟି ସମସ୍ୟାର ତୁରନ୍ତ ସମାଧାନ ହୋଇଥିଲା। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସୁବିଧା ଗାଁ ଗାଁ ରେ ପହଞ୍ଚାଇବା ଆମର ଉଦ୍ଦେଶ୍ୟ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀମହାନନ୍ଦ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ସମେତ ବିଡ଼ିଓ ବିଶ୍ୱନାଥ ରାଉତ, ଏବିଇଓ ଲବଣି ନାଏକ, ପିଇଓ ପ୍ରଶାନ୍ତ ନାଏକ, ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ ବିହାରୀ, ଗ୍ରାମୀଣ ଗୃହ ଯୋଜନାରୁ ବିପିସି ମଧୁ ସାହୁ, ଯୋଗାଣ ନିରୀକ୍ଷକ ଦିବ୍ୟରାଜ ଭୋଇ, ମାନଝରି ସରପଞ୍ଚ ଜଗଜୀବନ ଅଘରିଆ, ସମ୍ବନୀୟ ଶିଶୁ ବିକାଶରୁ ମହିଳା ପରିଦର୍ଶିକା ପଦ୍ମାବତୀ ସାହୁ, ଜିଆରଏସ ଏବଂ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ ଓ ମାନଝରି ପଞ୍ଚାୟତର ଅନେକ ଜନସାଧାରଣ ଉପସ୍ଥିତ ଥିଲେ।