କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଚାଲିଛି ଚୋରା ଗଞ୍ଜେଇ ଧରିବାର ପ୍ରତିଯୋଗିତା, ଗତ ଦୁଇ ଦିନ ତଳେ କେସିଙ୍ଗା ପୋଲିସ ପକ୍ଷରୁ କାଣ୍ଡେଲ ରେଳ ଷ୍ଟେସନ ସମ୍ମୁଖରୁ ୧୫ କେଜି ଗଞ୍ଜେଇ ସହିତ ୭ ଜଣ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଥିଲା। ମଙ୍ଗଳବାର ସକାଳେ ପୁଣି ଜଣେ ଅନ୍ତରାଜ୍ୟ ଗଞ୍ଜେଇ ଚୋରା ଚାଲାଣକାରୀ କୁ କେସିଙ୍ଗା ଅବକାରୀ ବିଭାଗ ପକ୍ଷରୁ କେସିଙ୍ଗା ରେଳ ଷ୍ଟେସନ ପ୍ଲାଟଫର୍ମ ନଂ ୧ ରେ ଧରିଛି। ଚାଲାଣକାରୀ ଠାରୁ ୧୭ କେଜି ଗଞ୍ଜେଇ ମିଳିଥିବାବେଳେ ଚାଲାଣକାରୀ ଅଜୟ କୁମାର ଓ ତାର ଗାଆଁ ସୁଦୂର ତାମିଲନାଡୁ ରାଜ୍ୟର ମୁଲିପାଲମ୍ ବୋଲି କେସିଙ୍ଗା ଅବକାରୀ ଅଧିକାରୀ ବିଶ୍ୱଜିତ ଆରୁଖ ସୂଚନା ଦେଇଛନ୍ତି।