କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କେସିଙ୍ଗା ଅଞ୍ଚଳ ରେ କେନାଲ ରାସ୍ତା ଓ କେନାଲର ଉନ୍ନତି କରଣ ଜୋର୍ ସୋର ରେ ଚାଲିଥିବାବେଳେ ଉପକୃତ ହେବେ ଅଞ୍ଚଳର ଚାଷୀ ଓ ଅଞ୍ଚଳ ବାସୀ। ପ୍ରକାଶ ଥାଉକି କେସିଙ୍ଗା ବ୍ଲକ ଏବଂ ଭବାନୀପାଟଣା ବ୍ଲକ ର ପାଖାପାଖି ୧୫୨୬୦ ହେକ୍ଟର ଚାଷ ଜମି କୁ ଜଳସେଚନ ପାଇଁ ଦକ୍ଷିଣ କେନାଲ ବିଭାଜନ ନଂ ୨ ର ଅଧୀନରେ ଥିବା କେନାଲ ଗୁଡିକ ଦୀର୍ଘ ବର୍ଷ ହେଲା ତିଆରି ହୋଇ ଅନୁଦାନ ଅଭାବ ରୁ କେନାଲ ରାସ୍ତା ଓ କେନାଲ ମରାମତି ନ ହୋଇ ପଡ଼ିରହିଥିଲା। ଫଳରେ କେନାଲ ରେ ଜଳ ଯୋଗାଣ ଏବଂ କେନାଲ ରାସ୍ତା ରେ ଯାତାୟାତ କଷ୍ଟ ସାଧ୍ୟ୍ୟ ହେଉଥିଲା। ତେବେ ଅଞ୍ଚଳ ବାସୀ ଙ୍କ ଦାବୀ କୁ ନେଇ ଦକ୍ଷିଣ ସମ୍ପ୍ରସାରଣ କେନାଲ ପ୍ରଣାଳୀ ଦ୍ଵାରା କାପେକ୍ସ ଅନୁଦାନ ରେ ରାସ୍ତା ର ଉନ୍ନତି କରଣ ପାଇଁ ଭବାନୀପାଟଣା ବ୍ଲକ ର ବଡ଼ଫୁଣ୍ଡା ଗ୍ରାମରୁ କେନାଲ ର ଶେଷମୁଣ୍ଡ କେସିଙ୍ଗା ବ୍ଲକ ର ଗୌଡ଼ତୁଳା ଗ୍ରାମ ପର୍ଯ୍ୟନ୍ତ କାମ ଚାଲିଛି।ଏହା ଦ୍ବାରା ହଜାର ହଜାର ହେକ୍ଟର ଚାଷଜମି ଜଳ ଯୋଗାଣ ପାଇଁ ବ୍ୟବସ୍ଥା ହେବା ସହିତ ଅନେକ କେନାଲ ରାସ୍ତା ଏବଂ କେନାଲ ବନ୍ଧ ତିଆରି ହେବ। ଅଞ୍ଚଳ ବାସୀ ଅଧିକ୍ଷଣ ଯନ୍ତ୍ରୀ ଇଂ ଚିନ୍ତାମଣି ଜାଳ ଏବଂ ପ୍ରକଳ୍ପ ର ମୁଖ୍ୟଯନ୍ତ୍ରୀ ଇଂ ଜଗନ୍ନାଥ ପାଣି ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଦୁଇ ଅଧିକାରୀ କ୍ଷେତ୍ର ପରିଦର୍ଶନ ରେ ଆସିବା ପରେ ରାସ୍ତା ମରାମତି ପାଇଁ ଦାବୀ ହୋଇଥିଲା। ଫଳସ୍ଵରୁପ ୪୭ କୋଟି ଟଙ୍କା ବ୍ୟୟରେ ପ୍ରାୟ ୬୨.୫ କିମି କେନାଲ ରାସ୍ତା ଓ ଅନେକ ଦୁର୍ବଳ କେନାଲ ର ଉନ୍ନତି କରଣ ହେବ ସହ କେନାଲ ବନ୍ଧ ନିର୍ମାଣ କାର୍ଯ୍ୟରତ ଚାଲିଛି। ଯାହାଦ୍ୱାରା ଭବାନୀପାଟଣା ବ୍ଲକ ର ୩୨ ଗୋଟି ଗ୍ରାମବାସୀ ଓ କେସିଙ୍ଗା ବ୍ଲକ ର ୧୭ ଗୋଟି ଗ୍ରାମବାସୀ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଉପକୃତ ହେବେ। କେନାଲ ରାସ୍ତା ତିଆରି ହେଲେ ଅଞ୍ଚଳ ବାସୀ ଓ ଚାଷୀ କୂଳ ଙ୍କ ଯାତାୟାତ ସ୍ୱାଭାବିକ ହେବା ସହ କେନାଲ ପରିଦର୍ଶନ ଓ ରକ୍ଷଣବେକ୍ଷଣ ପାଇଁ ବିଭାଗୀୟ ଅଧିକାରୀ ଶୀଘ୍ର ପହଂଚି ପାରିବେ ବୋଲି ଚାଷୀକୂଳ ସମେତ ଅଞ୍ଚଳ ବାସୀଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖାଦେଇଛି।