ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍,(ପ୍ରଦିପ ପଣ୍ଡା) : କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ଥିବା ଖଣିଜ ସମ୍ପଦରେ ଭରପୁର ଥିବା ମାଳି ବା ପାହାଡ଼କୁ କମ୍ପାନୀ ନେଉଥିବା ବେଳେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତ ଦେଉ ନାହାନ୍ତି କମ୍ପାନୀ। ପୂର୍ବରୁ ବିଜେଡି ସରକାରଙ୍କୁ ଗୁହାରୀ କରି ଥକି ଗଲେ। ସେହିଭଳି ରାଜ୍ୟରେ ଥିବା ବିଜେପି ସରକାରଙ୍କୁ ମଧ୍ୟ ଅନୁରୋଧ କେଲେ ହେଲେ ଏହି ସରକାର ମଧ୍ୟ ଶୁଣିଲେ ନାହିଁ । ଅନ୍ୟ ଉପାୟ ନ ପାଇ ବର୍ତ୍ତମାନ କଂଗ୍ରେସର ପିସିସି ସଭାପତି ତଥା କଳାହାଣ୍ଡି ଜିଲ୍ଲାର ନେତା ଭକ୍ତ ଚରଣ ଦାସଙ୍କୁ ସାକ୍ଷାତ କରି ଗ୍ରାମବାସୀ ମାନେ ଲିଖିତ ଅନୁରୋଧ କରିଛନ୍ତି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଉତ୍କଳ ଆଲୁମିନା କମ୍ପାନୀ ପ୍ରଭାବିତ ଅଞ୍ଚଳର ବେକାର ଯୁବକ ଯୁବତୀଙ୍କ କଥା ଶୁଣିଲେ ନାହିଁ କି ନିଯୁକ୍ତି ଦେଲେ ନାହିଁ।
ଉତ୍କଳ ଆଲୁମିନାରେ ନିଯୁକ୍ତି ପାଇଁ ଗୁହାରୀ କଲେ ୫୦ ଜଣ ଯୁବକ
ଯାହା ଫଳରେ ୫୦ ଜଣ ଯୁବକ ମାଳି ଉପରକୁ ଯାଇ ଆନ୍ଦୋଳନକୁ ଓହ୍ଲାଇଲେ। କମ୍ପାନୀରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ମାନେ ଆନ୍ଦୋଳନକାରୀ ଯୁବକ ମାନଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଲେ। ହେଲେ ଆଜକୁ ପ୍ରାୟ ୫ ବର୍ଷ ହେବ ନିଯୁକ୍ତି ଦେଲେ ନାହଁ। ଯାହା ଫଳରେ ଗରିବ ଯୁବକ ମାନେ ନିଯୁକ୍ତି ନ ପାଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପରିବାର ପ୍ରତିପୋଷଣ କରିବା ପାଇଁ ତାଙ୍କ ପାଖରେ କୌଣସି ସମ୍ବଳ ନାହିଁ। କମ୍ପାନୀରେ ନିଯୁକ୍ତି ପାଇଁ ଭବାନୀପାଟଣାକୁ ଆସି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଲିଖିତ ଅନୁରୋଧ କରିଛନ୍ତି।