ବ୍ଳକସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଛି। କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ ହିମାଞ୍ଚଳ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସାଂସଦଙ୍କ ପ୍ରତିନିଧି ଭାବେ ଦୁର୍ଗାପ୍ରସାଦ ପ୍ରଧାନୀ ଓ ବିଧାୟକଙ୍କ ପ୍ରତିନିଧି ଭାବେ ତ୍ରିନାଥ ଶବର ପ୍ରମୁଖ ମଞ୍ଚାସିନ ହୋଇଥିଲେ। ବିଡିଓ ଡ଼. ମାଝୀ ପଞ୍ଚାୟତରାଜ ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ। ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପଞ୍ଚାୟତିରାଜ ବିଷୟରେ ସମ୍ବୋଧିତ କରିଥିବାବେଳେ ଏହାର ସିଧା ପ୍ରଶାରଣ ଏଲ୍ଇଡି ମଧ୍ୟରେ ଉପସ୍ଥିତ ଜନ ସାଧାରଣ ଦେଖିଥିଲେ। ଏହି କ୍ରମରେ କୃଷି ବିଭାଗ, ଖାଦ୍ୟ ଯେଗାଣ ଓ ଖାଉଟି କଲ୍ୟାଣ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଓଡିଶା ଜୀବିକା ମିଶନ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ ପ୍ରଦର୍ଶିତ ହୋଇଥିଲା।‌ ଏବଂ ଅଧିକାରୀ ଓ କର୍ମଚାରୀମାନେ ଲୋକଙ୍କୁ ସମସ୍ତ ଯୋଜନା ଗୁଡିକର ସୁଫଳ ପାଇବା ଲାଗି ସଚେତନ କରିଥିଲେ। ଏହି ଅବସରରେ ବ୍ଲକ ଯୋଗାଣ ବିଭାଗ ପକ୍ଷରୁ ୫୯ ଜଣ ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇଥିଲା।

ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବ୍ଲକ ଯୋଗାଣ ଅଧିକାରୀ, ଜଗାରାମ ମୁର୍ମୁ, ସହକାରୀ ଯନ୍ତ୍ରୀ ସର୍ବେଶ୍ବର ପ୍ରଧାନ ସମେତ ସମସ୍ତ ଯନ୍ତ୍ରୀ ଓ ବ୍ଳକ କର୍ମଚାରୀ ମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧି, ସଂସହାୟିକା ଗୋଷ୍ଠୀ ମହିଳା, ଏମବିକେ, ସିଆରପି ଓ ସାଧାରଣ ଜନତା ଉପସ୍ଥିତ ରହିଥିଲେ।