ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗଉଡ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଏମଜିଏନଆରଜିଏସ ଏବଂ ରାସନ କାର୍ଡ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଝରିଗାଁ ବିଡିଓ ମଧୁସୂଦନ ମାଝୀ ଏବଂ ଇଚ୍ଛାପୁର ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଛବିଲାଲ ସାହୁ ଙ୍କ ନିର୍ଦ୍ଧେଶ କ୍ରମେ ଗ୍ରାମପଞ୍ଚାୟତ ଏସି ଡିଇଓ ଯୁଧିଷ୍ଠିର ଦାସ ଏବଂ ଯୋଗାଣ ସହାୟକ ପଦଲାମ ସାନ୍ତା ସ୍ଥାନୀୟ ପଞ୍ଚାୟତ ବାସୀ ଙ୍କୁ ନେଇ ଏମଜିଏନଆରଜିଏସ ଏବଂ ରାସନ କାର୍ଡ ସାମାଜିକ ସମୀକ୍ଷା ବୈଠକ କରିଛନ୍ତି। ଏହି ସମୀକ୍ଷା ବୈଠକ ରେ ମନରେଗା କାର୍ଯ୍ୟ ବିଷୟରେ ଉପସ୍ଥିତ ଲୋକଙ୍କୁ ବୁଝାଇ ସହିତ କିପରି ଗାଁ ରେ ରହି ମନରେଗା କାର୍ଯ୍ୟ କରିବେ ଏବଂ ରୋଜଗାର କରିପାରେବେ ତାହାନେଇ ଆଲୋଚନା କରାଯାଇଛି।ଅନ୍ୟ ରାଜ୍ୟ କୁ ଦାଦନ ଶ୍ରମିକ ଚାଲାଣ ବନ୍ଦ ହେବା ଏବଂ ଗାଁ ରେ ଲୋକେ ମନରେଗା ଯୋଜନା ରେ କାର୍ଯ୍ୟ କରି ରୋଜଗାର କରିବା ଏହି ସମୀକ୍ଷା ବୈଠକ ରେ ଆଲୋଚନା କରାଯାଇଥିଲା। ଏହା ସହିତ ରାସନକାର୍ଡ ବିଷୟରେ ଆଲୋଚନା କରାଯାଇଥିଲା। ଯେଉଁମାନେ ରାସନ କାର୍ଡ ରେ ନାଁ ଯୋଡିବା ଏବଂ ନୁଆଁ ରାସନ କାର୍ଡ କିପରି କରିବେ ତାହା ନେଇ ଉପସ୍ଥିତ ଲୋକଙ୍କୁ ଅବଗତ କରାଇଥିଲେ। ଏହି ସମୀକ୍ଷା ବୈଠକ ରେ ବିଆରପି ଏବଂ ପଞ୍ଚାୟତ ବାସୀ ଉପସ୍ଥିତ ଥିଲେ।