କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ମଙ୍ଗଳବାର ଦିନ କେସିଙ୍ଗା ଏନ୍ ଏ ସି ରୁ ବାହାରିଥିବା ଓଡ଼ିଶା ସରକାର ଙ୍କ ବିକାଶ ବାହାନ ମଙ୍ଗଳବାର ୬ ଗୋଟି ୱାର୍ଡ ବୁଲିବା ପରେ ବାକି ରହିଯାଇଥିବା ୬ ଗୋଟି ୱାର୍ଡ ବୁଲିବା ପାଇଁ ବୁଧବାର ସକାଳୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସର ରୁ ଆରମ୍ଭ ହୋଇ ୱାର୍ଡ ନ ୭,୮,୯,୧୦, ୧୧,୧୨ ବୁଲି ବୁଲି ରାଜ୍ୟ ସରକାରଙ୍କ ଏକ ବର୍ଷ ଭିତରେ ସରକାର ଙ୍କ ଉପଲବ୍ଧି ବିଷୟରେ ଜନସାଧାରଣ ଙ୍କୁ ଅବଗତ କରାଯାଉଛି।ଆଜିର କାର୍ଯ୍ୟକ୍ରମ ରେ ଏନ୍ ଏ ସି ର ସମସ୍ତ କର୍ମଚାରୀ ଙ୍କ ବ୍ୟତୀତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।