କାଶୀପୁର/କ୍ରାନ୍ତୀକ୍ଷେତ୍ର ନ୍ୟୁଜ(ଅଞ୍ଜନ କୁମାର ନାଏକ) : କାଶୀପୁର ବ୍ଲକ ଶୁଙ୍ଗେର ପଞ୍ଚାୟତର କିଛି ଗାଁରେ କାଳବୈଶାଖୀ ଝଡ ବାତ୍ୟା ଯୋଗୁଁ କ୍ଷୟକ୍ଷତି ହୋଇଛି। ଏହି କ୍ଷତିଗ୍ରସ୍ତ ପରିବାରକୁ ମୌତ୍ରୀ ଇମ୍ପ୍ରା କମ୍ପାନୀ ଦ୍ବାରା ଆଜବେଷ୍ଟ ପ୍ରଦାନ କରି ସାହାଯ୍ୟ କରାଯାଇଛି। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଶୁଙ୍ଗେର ପଞ୍ଚାୟତର ବୋରିଙ୍ଗି ଓ ବିରାବାଫାଳା ଗ୍ରାମରେ ଗତ ୨୧ ତାରିଖ ରିଖ ଦିନ ପୂର୍ବାହ୍ନରେ ହଠାତ କାଳବୈଶାଖୀ ଝଡ଼ ବାତ୍ୟା ଆସିଥିଲା। ଏବଂ ଦୁଇ ଗ୍ରାମରେ ତାଣ୍ଡବ ଦେଖାଇ ଅନେକ କ୍ଷୟକ୍ଷତି କରି ଲୋକଙ୍କ ଧନଜୀବନ ନଷ୍ଟ କରିବା ସହ ଅନେକ ଘରର ଛାତ, ଆଜବେଷ୍ଟ ଭାଙ୍ଗି ଦେଇଥିଲା। ଉକ୍ତ ଘଟଣାଟି କିଛି ଦିନ ହେଲା ଗଣମାଧ୍ୟମରେ ପ୍ରଚାର ହେବା ପରେ ସ୍ଥାନୀୟ ମୈତ୍ରୀ ଇମ୍ଫ୍ରା କାମ୍ପାନୀ ବିଳମ୍ବ ନ କରି ଉଭୟ ଗ୍ରାମକୁ ଯାଇ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ପୀଡିତ ପରିବାରକୁ ସାହାଯ୍ୟରେ ହାତ ବଢ଼େଇ ଆଜବେଷ୍ଟସ ବଣ୍ଟନ କରିଛି।
କାଶୀପୁର ବ୍ଲକ ଶୁଙ୍ଗେର ପଞ୍ଚାୟତ ବୋରିଙ୍ଗି ଗ୍ରାମର ଦିନନ୍ତ ଗଉଡ଼, ସୁନ୍ଦରୀ ଗଉଡ଼, ଚାନ୍ଦୁ ମାଝୀ ଏବଂ ନିକଟ ବିରାବାଫଲା ଗ୍ରାମର ଲଚମନ ଗଉଡ଼ ଓ ଫୁଲଦେଇ ମାଝୀ ଙ୍କୁ ଆଜୁଏସ୍ଟ ପ୍ରଦାନ କରାଯାଇଥିଲା। କ୍ଷୟକ୍ଷତି ପରିବାରକୁ ସ୍ଥାନୀୟ ମୈତ୍ରୀ କାମ୍ପାନୀ ଚୟର୍ମେନ ଶ୍ରୀନିବାସ ରାଓ ସାହାଯ୍ୟର ହାତ ବଢ଼େଇ ସମସ୍ତ ପରିବାରକୁ ୫୦ ଖଣ୍ଡ ଆଜୁଏସ୍ଟ ପ୍ରଦାନ କରିଥିବାବେଳେ ଅଞ୍ଚଳରେ ତାଙ୍କୁ ଭୁରି ଭୁରି ପ୍ରସଂଶା କରାଯାଇଛି। ମୈତ୍ରୀ ଇମ୍ଫ୍ରା ପକ୍ଷରୁ ସି.ଏସ.ଆର ହେଡ଼ ନିହାର ରଞ୍ଜନ ସ୍ୱାଇଁ, ପି.ଆର.ଓ. ହେଡ଼ ପୃଷ୍ଟି ଦୁରିଆ ଓ ସିଭିଲ ହେଡ଼ ଯୋଗଦୀଶ ବାବୁ ପ୍ରମୁଖ ଆଜୁଏସ୍ଟ ବଣ୍ଟନ କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ।