ପଞ୍ଚାୟତିରାଜ ଦିବସରେ ୩ ପଞ୍ଚାୟତ ପୁରସ୍କୃତ

ସଇଁତଲା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଗୋକୁଲା ନନ୍ଦ ବଗର୍ତ୍ତୀ) : ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଉପଲକ୍ଷେ ବଲାଙ୍ଗିରଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସଇନ୍ତଳା ବ୍ଳକର ୩ ପଞ୍ଚାୟତ ପୁରସ୍କୃତ ହୋଇଛି। ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କଠାରୁ ଧରପଗଡ଼, ଗଣ୍ଡପତ୍ରାପାଲି ଓ ବୁଢ଼ାବହାଲ ପଞ୍ଚାୟତର ସରପଞ୍ଚମାନେ ପୁରସ୍କାର ଗ୍ରହଣ କରିଥିଲେ। ସଂପୃକ୍ତ ପଞ୍ଚାୟତକୁ ପଞ୍ଚାୟତିରାଜ ବିଭାଗ ତରଫରୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଏଥିପାଇଁ ବିଡ଼ିଓ ସଂପୃକ୍ତ ସରପଞ୍ଚ ଓ ପିଇଓଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।