ବାବା ସାହେବ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ 

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା) : ଦିର୍ଘବର୍ଷ ର ପ୍ରତିକ୍ଷା ଆଜି ଅନ୍ତ ହୋଇଛି କଳାହାଣ୍ଡି ଜିଲ୍ଲା ମ ରାମପୁର ବାବା ସାହେବ ଡଃ ଭୀମ ରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ବାବା ସାହେବ ଆମ୍ବେଦକର ମୂର୍ତ୍ତି ହାଇସ୍କୁଲ ଛକ ରେ ଉନ୍ମୋଚିତ ହୋଇଯାଇଛି।

ଅଲଓଡିଶା ସିଡୁଲକାଷ୍ଠ ଫେଡେରେସନ ବ୍ଲକ ସଭାପତି ବୃନ୍ଦାବନ ନାଗ, ଓ ଇନ୍ଦ୍ରମଣି ନାଗ ଙ୍କ ନେତୃତ୍ବରେ ଚାରିଛକ ଠାରୁ ବିରାଟ ପଟୁଆରରେ ବାବା ସାହେବ ଆମ୍ବେଦକର ଙ୍କ ବିଭିନ୍ନ ସ୍ଲୋଗାନ ଦେଇ ବାଇକ ଶୋଭାଯାତ୍ରାରେ ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ମୁଖ୍ୟ ଅତିଥି ଭାବେ ନର୍ଲା ନିର୍ବାଚନ ମଣ୍ଡଳୀ ବିଧାୟୀକା ମନୋରମା ମହାନ୍ତି, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବି ଉଦିତ ମହାନନ୍ଦିଆ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା, ଜିଲ୍ଲା ମ, ରାମପୁର ସରପଞ୍ଚ ଶ୍ରୀ ମତୀ ବିଣାପାଣି ସାହୁ, ଅଲଓଡିଶି ସିଡୁଲକାଷ୍ଠ ଫେଡେରେସନ ଜିଲ୍ଲା ସଭାପତି ଧନଞ୍ଜୟ ଦୀପ,ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ,ଦୟାବନ୍ତ କ୍ଲବ ର ସଭାପତି ଜିତେନ୍ଦ୍ର ନାଗ,ସମାଜସେବୀ ଅଭିରାମ ମହାନନ୍ଦ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ ମୂର୍ତ୍ତି ଉନ୍ମୋଚିତ ପରେ ବ୍ଲକ ସଭାପତି ଶ୍ରୀ ଯୁକ୍ତ ନାଗ ଙ୍କ ସଭାପତି ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଅତିଥି ମାନେ ବାବା ସାହେବ ଙ୍କ ଜୀବନୀ ଉପରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ଅଭିଲାସ ଦାସ ମଞ୍ଚ ସଂଯୋଜନା ବେଳେ ଜୟନ୍ତି ନଗର ଦୟାବନ୍ତ କ୍ଲବ ର ସମସ୍ତ ଯୁବକ ସହଯୋଗ କରିଥିଲେ।