ମାଝୀଗୁଡା ହାଇ ସ୍କୁଲରେ ବଜ୍ରପାତ ଜନିତ ସଚେତନତା

।। କୋକସରା ।। କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଳକ ମାଝୀଗୁଡା ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ବଜ୍ରପାତ ସମ୍ବନ୍ଧୀୟ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କିଶୋର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ସଭାରେ ଅବସର ପ୍ରାପ୍ତ ଶିକ୍ଷକ ସୁଧୀର ରଞ୍ଜନ ପଣ୍ଡା ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବଜ୍ରପାତରୁ ନିଜେ ତଥା ଅନ୍ୟମାନଙ୍କୁ କିପରି ସୁରକ୍ଷା ଦିଆ ଯାଇପାରିବ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରତାପ ଚନ୍ଦ୍ର ମହାନ୍ତି ଓ ଶିକ୍ଷକ ମୃତୁଞ୍ଜୟ ପଣ୍ଡା ଆପତକାଳୀନ ଜୀବନ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ କଳାକୌଶଳ ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଦେଇଥିଲେ।